ଭୁବନ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଯାପିତ 

ଭୁବନ,୦୬/୦୪/୨୦୨୫ (ଓଡ଼ିଶା ସମାଚାର)-  ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ରେ ଗତକାଲି ( ଶନିବାର ) ଠାରୁ ଆରମ୍ଭ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ରବିବାର ଉଦଯାପିତ ହୋଇଯାଇଛି । ଭୁବନ ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ଉତ୍ସବ କୁ ଉଦଯାପିତ କରିଥିଲେ । ଶିକ୍ଷା ଓ କ୍ରୀଡା ର ଗୁରୁତ୍ବ ଛାତ୍ରଛାତ୍ରୀ ମାନଙ୍କୁ ସ୍ମରଣ କରାଇବା ହେଉଛି ବାର୍ଷିକ କ୍ରୀଡା ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ । ଶିକ୍ଷା ଆମର ଜ୍ଞାନ, ନୀତି, ନୈତିକତା ବୁଦ୍ଧିମତା ର ବୃଦ୍ଧି କରାଉଥିବା ବେଳେ କ୍ରୀଡା ଆମର ଶାରୀରିକ, ମାନସିକ ବିକାଶ କରିଥାଏ ।

ଫଳରେ ଆତ୍ମବିଶ୍ବାସ ନେତୃତ୍ୱ ଗୁଣର ବିକାଶ ହୋଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀମାନ ଦାସ ମତବ୍ୟକ୍ତ କରିଥିଲେ । ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ରୁଦ୍ରନାରାୟଣ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଗଣେଶ୍ୱର ସାହୁ, ଆଲୁମିନା କମିଟି ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି, ବସନ୍ତ ପୋଥାଳ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଜୟଗୁରୁ ପାତ୍ର,ପରିଚାଳନା କମିଟି ସଭାପତି କେଦାର କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। କ୍ରୀଡା ଶିକ୍ଷକ ସାଗର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଉତ୍ସବରେ କୃତି କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କୁନି କୁନି ପିଲା ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ କ୍ରୀଡା ପତାକା ଅବତରଣ କରାଯାଇ ଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି କମିଟି, ପରିଚାଳନା କମିଟି ସଦସ୍ୟ ଓ କୁନିଦା କ୍ରୀଡ଼ା ଶିକ୍ଷକ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *