ଏନସି କଲେଜରେ ଯୁବ ପାର୍ଲ୍ୟାମେଣ୍ଟ ୨୦୨୬ ଅନୁଷ୍ଠିତ

ଯାଜପୁର, ୨୬/୦୨/୨୦୨୬ (ଓଡ଼ିଶା ସମାଚାର)- ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ପକ୍ଷରୁ ସ୍ଥାନୀୟ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଅଡିଟରୀୟମ ହଲରେ ଜିଲ୍ଲାସ୍ତରୀୟ ଯୁବ ପାର୍ଲାମେଣ୍ଟ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଜରୁରୀକାଳୀନ ଶାସନର ପଚାଶ ବର୍ଷ ପୂର୍ତ୍ତି ଅବସରରେ ଗଣତନ୍ତ୍ରକୁ ଶିକ୍ଷା ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଏନସି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶ୍ରୀ ରଞ୍ଜନ କୁମାର ବେହେରା। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ପ୍ରଦୀପ କୁମାର ଦାସ ଏବଂ ଯାଜପୁର ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ସୁଦୀପ୍ତ କୁମାର ବିଶ୍ବାଳ ଯୋଗ ଦେଇ ଭବିଷ୍ୟତ ଭାରତର ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଡ. ଶ୍ରଦ୍ଧାଞ୍ଜଳି ସାହୁ ପରିଚାଳନା କରିଥିବା ବେଳେ ସଚ୍ଚିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀ ମନ୍ମଥ କୁମାର ସାହୁ, ଶ୍ରୀ ଦେବିଶ୍ରୀ ରାୟ, ଶ୍ରୀ ପଦ୍ମନାଭ ମହାନ୍ତି, ଶ୍ରୀ ସୁଦୀପ୍ତ କୁମାର ବିଶ୍ବାଳ, ଶ୍ରୀ ପ୍ରଦୀପ କୁମାର ଦାସ, ବକ୍ତୃତା କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀ ଦାୟିତ୍ଵ ତୁଲାଇଥିଲେ। ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦେଇଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ନିର୍ବାଚିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା. ବିନୋଦ କୁମାର ମଲ୍ଲିକ, ଡ଼ା. ଦାଶରଥି ମହାରଣା, ଡ଼ା. ଅଶୋକ ସ୍ବାଇଁ, ପ୍ରଫେସର ଅବିନାଶ ନାୟକ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *