କେନ୍ଦ୍ରାପଡା ମହାବିଦ୍ୟାଳୟରେ ଯୁବରେଡକ୍ରସୟ ର ନବାଗତଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,୧୬/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ପରିଚୟ ଓ ସ୍ୱାଗତ ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ତଥା ଜିଲା ରେଡକ୍ରସର ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ ସଂଯୋଜନା କରିଥିଲେ ।

ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜାତୀୟ ଯୁବପ୍ରକଳ୍ପର ରାଜ୍ୟ ସଂଯୋଜକ ସତ୍ୟଶ୍ରୀ ସୌମ୍ୟକାନ୍ତ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଇ.କୁ୍ୟ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଯୁବରେଡକ୍ରସରେ ନୂଆ କରି ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିବା ବେଳେ ସେମାନେ ନିଜ ନିଜର ପରିଚୟ ପ୍ରଦାନ କରି ରେଡକ୍ରସରେ ଯୋଡିହେବାର କାରଣ ଦର୍ଶାଇଥିଲେ ।

ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ ନବାଗତଙ୍କୁ ସମ୍ମୋହିତ କରିବା ସହ ରେଡକ୍ରସ ଚିହ୍ନିତ ଟୋପି ପ୍ରଦାନ କରି ଉତ୍ସାହିତ କରିଥିଲେ । ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶ୍ରୀ ନାୟକ ରେଡକ୍ରସ ସ୍ୱେଛାସେବୀଙ୍କୁ ନିଜ କର୍ତବ୍ୟ ପ୍ରତି ଅବଗତ କରାଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଜେନା ରେଡକ୍ରସ ୟୁନିଟକୁ ମହାବିଦ୍ୟାଳୟର ଗୌରବ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯୁବରେଡକ୍ରସର ସ୍ୱେଛାସେବୀ ମନୋଜ କୁମାର ଲେଙ୍କା, ଭବାନିଶଙ୍କର ପ୍ରଧାନ,ଉମେଶ ଆଚାର୍ଯ୍ୟ, ପ୍ରତିଭା ରାୟ, ଅର୍ପିତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *