କଟକ ସଦର ,୩୦ /୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜର ସମ୍ମୁଖ ଭାଗ ସୈ।ନ୍ଦର୍ଜୀକରଣ କରଣ ସହିତ ସୁନ୍ଦର ଫାଟକ ଲଗାଯାଇଥିବା ଵେଳେ ପଛପଟ ଖୋଲା ମେଲା ଥିବାରୁ ଗାଈଗୋରୁଙ୍କ ଅବାଧ ଚଳପ୍ରଚଳ ଦେଖିଵାକୁ ମିଳିଛି। ସେଥିରେ କଲେଜର ନିର୍ମାଣାଧୀନ ଅନେକ କୋଠାଘର ଦୀର୍ଘଦିନ ହେଲା ଅଧାପନ୍ତରିଆ ଭାବେ ପଡ଼ିରହିଛି। ସେହିପରି ଦୀର୍ଘ ବର୍ଷ ହେଲା ନିର୍ମାଣ
କରାଯାଇଥିବା ଲେଡିଜ୍ ହଷ୍ଟେଲ ଭୁତକୋଠି ପାଲଟି ଅସାମାଜିକ ଲୋକମାନଙ୍କର ଆଡ୍ଡାସ୍ଥଳୀ ହୋଇଛି। ଯେଉଁଥିପାଇଁ କଲେଜର ଶୈକ୍ଷିକ ଵ୍ୟଵ୍ୟସ୍ଥା ସଂପୂର୍ଣ୍ଣ ରସାତଳଗାମୀ ହୋଇଥିବା ଅଭିଯୋଗ ହେଉଛି।ସାତ ପଛରେ କିଶନନଗର କଲେଜର ଲେଡିଜ୍ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇଥିଲା ଵେଳେ ଏଠାରେ ନହେବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଥିରେ କଲେଜର ଅନେକ ଦୁର୍ନୀତି ହୋଇଥିବାକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ଵେଳେ ଏଵେ ତାହା ପ୍ରଶମିତ ହେଵାର କାରଣ କଣ ଵୁଝାପଡୁ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି ।
କନ୍ଦରପୁର ଡିଗ୍ରୀ କଲେଜରେ ଗାଈଗୋରୁଙ୍କ ଅବାଧ ପ୍ରଵେଶ, ଶୈକ୍ଷିକ ଵ୍ୟଵସ୍ଥା ବାଧାପ୍ରାପ୍ତ
