ଘଟଗାଁ,୨୫/୦୨/୨୦୨୬ (ଓଡିଶା ସମାଚାର)-ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବରେ ଘଟଗାଁ ବି ଇ ଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବି ଇ ଓ ସଞ୍ଜୟ ପଲେଇ, ଜଗଦୀଶ ନାୟକ, ମୁକୁନ୍ଦପୁର ପାଟଣା ପଂଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ,ଘଟଗାଁ କ୍ଳଷ୍ଟର ସଂଯୋଜକ କମଳାକାନ୍ତ ପଣ୍ଡା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦ୍ମଲୋଚନ ସିଂ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟର ଛାତ୍ର ସାଇ ଶଙ୍କର ରାଉତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ଶିକ୍ଷକ ମାଗୁଣି ଚରଣ ମାଝି ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ କନିଷ୍ଠ ଶିକ୍ଷୟିତ୍ରୀ ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିବା ବେଳେ ଶିକ୍ଷକ ଅସିତ୍ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷକ ଶୁଭକାନ୍ତ ସେଠୀ, ସଞ୍ଜୀବ ସାହୁ, ଗୋଷ୍ଠୀ ସଦସ୍ୟ ସୁନୀଲ କୁମାର ଦେହୁରୀ, ହୃଦୟ ରଞ୍ଜନ ସିଂ, କୁଳମଣି ନାଏକ, ଦେବାଶିଷ ଭଞ୍ଜ କପିଳ ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଛାତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର, ରାଧାରାଣୀ କର, ଆରିସା ଆନମ ଙ୍କ ନେତୃତ୍ୱ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
