ବିଶ୍ୱାସ ବିଜ୍ଞାନ ମହାବିଦ୍ୟାଳୟରେ ମେଧାବୀ ପରୀକ୍ଷା -୨୦୨୪

ଭୁବନେଶ୍ୱର, ୦୯/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରବିବାର ପୂର୍ବାହ୍ନ ଘ ୯: ୦୦ଟିକା ଠାରୁ  ଅପରାହ୍ନ ଘ ୨:୦୦ ଟିକା ମଧ୍ୟରେ ପିତାପଲ୍ଲି ସ୍ଥିତ ଵିଶ୍ଵାସ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ସ୍ତରିୟ ବିଜ୍ଞାନ ମେଧାବୀ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଅଛି। ଏହି ରାଜ୍ୟ ସ୍ତରିୟ ମେଧାବୀ ଅନ୍ୱେଷଣ ପରୀକ୍ଷା ରେ ଚଳିତ ବର୍ଷ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାର ଚାହିଦା, ଆଗ୍ରହ ଓ ପ୍ରୋତ୍ସାହନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଵିଶ୍ଵାସ ବିଜ୍ଞାନ ମହାବିଦ୍ୟାଳୟ ପ୍ରୟାସ କରିଛନ୍ତି। ବର୍ଦ୍ଧିତ ମାନବ ସମାଜରେ ଇନଫର୍ମେସନ ଟେକ୍ନୋଲୋଜି, ଇଲୋକ୍ଟ୍ରୋନିକ ଯାନ୍ତ୍ରୀଙ୍କର ବହୁଳ ବ୍ୟବହାର, ଗମନାଗମନ ତଥା ସ୍ବାସ୍ଥ୍ୟକ୍ଷେତ୍ରରେ ଯେଉଁ ଭଳି ଯାନ୍ତ୍ରିକ ଟେକ୍ନୋଲୋଜି ବ୍ୟବହାର କରାଯାଉଛି, ତାହାର ବ୍ୟବହାର ପ୍ରଣାଳୀ ପାଇଁ ବିଜ୍ଞାନ ଶିକ୍ଷା ଅପରିହାର୍ଯ୍ୟ ମନେହେଉଛି। ପ୍ରାୟ ୪୦୦ ଛାତ୍ରଛାତ୍ରୀ ବିଭିନ୍ନ ଜିଲ୍ଲା ର ସରକାରୀ ତଥା ବେସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଆସି ଭାଗ ନେଇଥିଲେ। ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ୧ମ, ୨ୟ ଏବଂ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ନଗଦ ଆକାରରେ କ୍ୟାସ ପ୍ରାଇଜ ସହ ମାନପତ୍ର ଏବଂ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା, ତତ୍ ସହ ବିଦ୍ୟାଳୟ ସ୍ତରୀୟ ୧ମ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ମଧ୍ୟ ମାନପତ୍ର ଏବଂ ପୁରସ୍କାର ଦିଆଯାଇଥିଲା।

        ଏହି ମେଧାବୀ ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନ ର ଚେୟାରମ୍ୟାନ ତଥା ଉତ୍କଳ ହସ୍ପିଟାଲ୍ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଡଃ. ପ୍ରଜ୍ଞାନ ରଞ୍ଜନ ଘରାଇ ମୁଖ୍ୟ ଅତିଥି, ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର କର, ଵିଶ୍ଵାସ ପାରାମେଡିକାଲ ର ଅଧ୍ୟକ୍ଷ ତଥା ରାଜ୍ୟ ସ୍ତରୀୟ ମେଧାବୀ ପରୀକ୍ଷା ର ମୁଖ୍ୟ ସଂଯୋଜକ ଡ଼ାଃ ଅଭୟ କୁମାର ବାହିନୀପତି, ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ଗଣିତ ଅଧ୍ୟାପକ ଶ୍ରୀଯୁକ୍ତ ବି.ଏଲ.ଏସ ବାରିକ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *