ପୌରାଞ୍ଚଳ ୱାର୍ଡ ନଂ୧୩ ର ରାସ୍ତା ଗୁଡିକର ଅବସ୍ଥା ଦୟନୀୟ ଅବସ୍ଥା, ଜିଲ୍ଲାପାଳଙ୍କୁ ଦାବିପତ୍ର, ପୋଲ ତିଆରି ହେବ, କିଏ କରିବ ଠିକାଦାରୀ ?

ଢେଙ୍କାନାଳ, ୨୫/୦୨/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ ନଂ ୧୩ ର ଦୟନୀୟ ରାସ୍ତା ଗୁଡିକ ସମ୍ପର୍କରେ ୬ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ।ଦଣ୍ଡା ରୋଡ଼ରେ ଦୀର୍ଘ ଦୁଇ ମାସ ହେଲା ମୁଖ୍ୟ କଂକ୍ରିଟ ରାସ୍ତାଟି ଖୋଳି ଦିଆଯାଇଛି। ଫଳରେ ଦୁଇ ଚକିଆ ଚାରି ଚକିଆ ଭାରି ଯାନ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ତାଛଡା ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହି ଜାଗାରେ ୩୦ ଫୁଟ ବିଶିଷ୍ଟ ଚଉଡ଼ା ରାସ୍ତାଟି ମାତ୍ର ଆଠ ଫୁଟ ରହିଛି। ସେହିପରି ଗୋଟିଏ ପାଖ ଡ୍ରେନ ଉପରେ ସ୍ଲାବ ପକାଯାଇ ପ୍ରାୟ ଏକ ଫୁଟରୁ ଅଧିକ ଉଚ୍ଚ ହୋଇଛି।

ଏହା ପୌର ଯନ୍ତ୍ରୀ ମାନଙ୍କର ଅଦୁର ଦୃଷ୍ଟିର ପରିଣାମ ବୋଲି ପ୍ରମାଣିତ ହେଉଛି। କେଉଁଠି ପୌର ଯନ୍ତ୍ରୀ ମାନଙ୍କର ଅବହେଳା ଯୋଗୁଁ ଅନାବଶ୍ୟକ ଗୋଡ଼ି, ମାଟି, ପଥର ପଡ଼ି ରହିଛି ତ କେଉଁଠି ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ କଂକ୍ରିଟ ଖୁଣ୍ଟି ପଡ଼ିରହିଛି ତ କେଉଁଠି ସାଧାରଣ ଲୋକମାନେ ଘର ତିଆରି କରିବା ପରର ଅଳିଆ ମାଟି ଗଦା ହୋଇପଡିଛି। ଆଉ କେଉଁଠି ସହରାଞ୍ଚଳ ପାନୀୟ ଯୋଗାଣ ବିଭାଗ ମାଟି ଖୋଳି ପାଇପ ପକାଇଲା କିନ୍ତୁ ପରେ ସେ ମାଟି ଖୋଳା ଗାତ ଆଉ କଂକ୍ରିଟ ଢ଼ଳେଇ କଲେନାହିଁ।

କେଉଁଠି ମୂଷା ଗାତ କରି ଡ୍ରେନ ପୋତା ପକାଉଛି। ବିଶେଷକରି ୱାର୍ଡ ର ମୁଖ୍ୟ ରାସ୍ତା ଦଣ୍ଡା ରୋଡ଼ ଟି ଅତି ଦୟନୀୟ ଅବସ୍ଥାରେ ରହିଛି। ଦୁଇ ମାସ ପୂର୍ବରୁ ଜଣେ କେହି ବ୍ୟକ୍ତି ଠିକାଦାରୀରେ ଗୋଟିଏ ଛୋଟ ପୋଲ ନିର୍ମାଣ କରିବାପାଇଁ କଂକ୍ରିଟ ରାସ୍ତା ଟି ଏପଟ ସେପଟ ଖୋଳି ଦେଇଛନ୍ତି। ପୁଣି ସେହି ଜାଗାରେ ୩୦ଫୁଟ ରାସ୍ତାଟି ମାତ୍ର ଆଠ ଫୁଟ ରହିଛି ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ। ଫଳରେ ଲୋକମାନଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି ଓ ଦୁର୍ଘଟଣାର ଶିକାର ହେଉଛନ୍ତି।

ଗତ ପାଞ୍ଚ ବର୍ଷ ହେବ ପାଣି ପାଇପ ସଂଯୋଗ ଗାତ ଗୁଡିକ ପୋତାଯାଉନାହିଁ। ଏସବୁ ସମସ୍ୟା ଗୁଡିକ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଓ ପୌର ଯନ୍ତ୍ରୀଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ ତାର ସମାଧାନ କରାଯାଉନାହିଁ। ଏହି ୱାର୍ଡରେ ବସବାସ କରୁଥିବା ବାସିନ୍ଦାମାନେ  ଆମ୍ ଆଦମୀ ପାର୍ଟିର ସହାୟତାରେ ଅଞ୍ଚଳ ପରିଦର୍ଶନ କରି ୬ ଦଫା ସମ୍ବଳିତ ନିମ୍ନ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବାପାଇଁ ଦାବି କରୁଛନ୍ତି : ଦଣ୍ଡା ରୋଡ଼ ରେ ଯେଉଁଠି ଭାଙ୍ଗିଯାଇଥିବା ରାସ୍ତା କଂକ୍ରିଟ ଦ୍ୱାରା ମରାମତି କରାଯାଇପାରିବ ତାହା ମରାମତି କରାଯାଉ, ଏହି ରାସ୍ତାରେ ପାଣି ପାଇପ ପାଇଁ ଖୋଳାଯାଇଥିବା ଗାତ ଗୁଡିକ କଂକ୍ରିଟ କରାଯାଉ, ପୋଲ ନିର୍ମାଣ ପାଇଁ ଖୋଳା ଯାଇଥିବା କଂକ୍ରିଟ ରାସ୍ତା ମରାମତି କରାଯାଉ କିମ୍ବା ତୁରନ୍ତ ପୋଲ ନିର୍ମାଣ ହେଉ, ଭାଗିରଥି ସାଗର ପାଖରେ ଥିବା ଓପେନ ଜିମ୍ ପେବର ବ୍ଲକ ଉପରୁ ମାଟି ସଫା କରାଯାଉ, ଯେଉଁଠି ବିଦ୍ୟୁତ ଖୁଣ୍ଟି ପଡିଛି ତାହା ଯଥା ସ୍ଥାନରେ ରଖାଯାଉ ଏବଂ ୱାର୍ଡର ସି’ବ୍ଲକ ରେ ଥିବା ରାସ୍ତା ବାଙ୍କ ମାନଙ୍କ ଡ୍ରେନ ଉପରେ ସ୍ଲାବ ପକାଯାଉ, ଭାଙ୍ଗିଯାଇଥିବା ପୋଲ ଟି ନିର୍ମାଣ ହେଉ ଓ ଡ୍ରେନ ଗୁଡିକ ମରାମତି କରାଯାଉ।

ଏହି ଦାବିପତ୍ର ପ୍ରଦାନ ସମୟରେ ସ୍ଥାନୀୟ ବାସିନ୍ଦା ବିଦ୍ୟାଧର ପଣ୍ଡା, ପଙ୍କଜ ନାୟକ, ଆଇନଜୀବୀ ରବୀନ୍ଦ୍ର ତ୍ରିପାଠୀ, ଆପ୍ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଅବସର ପ୍ରାପ୍ତ ଶିକ୍ଷକ କବିଜ୍ୟୋତି ନିରଞ୍ଜନ ପତି, ବରିଷ୍ଠ ସଦସ୍ୟ  ପିତାମ୍ବର ସାମନ୍ତରାୟ, ଜୟଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *