କେନ୍ଦ୍ରାପଡାର ବନ୍ୟା ବିପନ୍ନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବିକଲେ ବିଜେପିନେତ୍ରୀ ସୁଜାତା ବାରିକ

କେନ୍ଦ୍ରାପଡ଼ା, ୨୯/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ବରିଷ୍ଟ ବିଜେପି ନେତ୍ରୀ ସୁଜାତା ବାରିକ ବନ୍ୟା ବିପନ୍ନଙ୍କ ଥାଇଥାନ ଦାବିରେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲାପାଳଙ୍କ ଅନୁପସ୍ଥିତିରେ ଏନେଇ ସେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ସେ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା ବ୍ଲକ ଓ ପଟ୍ଟାମୁଣ୍ଡାଇ ପୈାରାଂଚଳର ଲକ୍ଷ ଲକ୍ଷ ଲୋକ ବିପନ୍ନ ହୋଇପଡିଛନ୍ତି । ଅସଂଖ୍ୟ କ୍ଷତିଗ୍ରସ୍ତ ଲୋକମାନଙ୍କ ଘର ବନ୍ୟାରେ ଭାଙ୍ଗିଯାଇଛି । ହଜାର ହଜାର ଚାଷୀଙ୍କ ଧାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପନିପରିବା ଚାଷ ସମ୍ପୂର୍ଣ ଉଜୁଡ଼ି ଯାଇଛି । ଛେଳି, ମେଣ୍ଢା, କୁକୁଡ଼ା ଓ ଗୋରୁଗାଈ ମଧ୍ୟ ବିପନ୍ନ ହୋଇପଡିଛନ୍ତି । କୁମ୍ଭୀର ଆକ୍ରମଣ, ସର୍ପାଘାତ ଓ ନଦୀସ୍ରୋତରେ ଲୋକଙ୍କ ଜୀବନ ଯାଇଛି । ଘର ଭାଙ୍ଗିଥିବା ସବୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକାଘର ଯୋଗାଣ, କୁମ୍ଭୀର ଆକ୍ରମଣ, ସର୍ପାଘାତ, ବଜ୍ରପାତ ଓ ନଦୀସ୍ରୋତରେ ଭାସିଯାଇ ମୃତାହତଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବା ।

ଧାନଚାଷ ଉଜୁଡ଼ି ଯାଇଥିବା ଯୋଗୁ ଚଳିତ ସେପ୍େଟମ୍ବର ମାସ ୧ ତାରିଖରୁ ଆଗାମୀ ଖରିଫ ଫସଲ ଅମଳ ହେବା ପର୍ଯ୍ୟନ୍ତ ପ୍ରତି ଚାଷୀଙ୍କୁ ମୁଣ୍ଡପିଛା ଦିନକୁ ୧ କେଜି ଚାଉଳ ଓ ନାବାଳକଙ୍କ ପାଇଁ ଦିନକୁ ୫ଶହଗ୍ରାମ ଚାଉଳ ଯୋଗାଇ ଦିଆଯିବା । ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ମାସିକ ୨୦୦୦ ଟଙ୍କା ସୁରକ୍ଷା ଭତା ପ୍ରଦାନ କରାଯିବା । ଫସଲ ଉଜୁଡ଼ି ଯାଇଥିବା ଋଷୀଙ୍କୁ ମାଗଣାରେ ପନିପରିବା ମଞ୍ଜି, ସାର, କୀଟନାଶକ ଔଷଧ ପ୍ରଭୃତି ଯୋଗାଇ ଦିଆଯିବା । ବନ୍ୟାଅଂଚଳରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯିବା ସହ ଆଗାମୀ ଚାଷ ପାଇଁ ବିନା ସୁଧରେ ଋଣ ପ୍ରଦାନ କରାଯିବା । ବହି,ଖାତା, କଲମ ଓ ସ୍କୁଲ ପୋଷାକ ହରାଇଥିବା ଛାତ୍ରଛାତ୍ରୀଙ୍କୁ ନୂଆ ବହି, ଖାତା, କଲମ ପୋଷାକ ଯୋଗାଇ ଦିଆଯିବା । ବନ୍ୟାଅଂଚଳରେ କ୍ଷତିଗ୍ରସ୍ତ ହୋଇଥିବା କୂଅ, ପୋଖରୀ, ନଳକୂପ,ଉଠା ଜଳସେଚନ ପଏନ୍ଟର ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କରାଯିବା ।

ବାରମ୍ବାର ବନ୍ୟାରେ କ୍ଷତିଗ୍ରସ୍ତ ହେଉଥିବା ଅଂଚଳରେ ବନ୍ଧବାଡ଼ର ସୁଦୃଢୀକରଣ କରାଯିବା ଆବଶ୍ୟକ ବୋଲି ବିଜେପି ନେତ୍ରୀ ଶôୀମତୀ ବାରିକ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସୁବାସ ଚନ୍ଦ୍ର ପାତ୍ର, ତୁଷାର କୁମାର ସାହୁ, ସୁଶାନ୍ତ ଦାସ, ସନ୍ତୋଷ ସ୍ୱାଇଁ ଓ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲାପାଳଙ୍କ ଜରିଆରେ ସେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ରିଲିଫ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *