ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାଲେପୁର ୨୪/୦୨/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା)କଟକ ଜିଲ୍ଲା ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ଶିକ୍ଷା ରେ ମନୋନିବେଶ କଲେ ଶିକ୍ଷାୟତନ ର ଗ।ରିମା ବୃଦ୍ଧି ପାଇବ ବୋଲି ଉଦବୋଧନ ଦେଇଥିଲେ. ।

ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅଧ୍ୟକ୍ଷା ଡ଼. ସଙ୍ଗୀତା ମିଶ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ପରିଚାଳନା କମିଟି ର ସଭାପତି ଅତିରିକ୍ତ ଜିଲ୍ଲାପାଳ ଦିବ୍ୟ ଲୋଚନ ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ. । ଅଧ୍ୟାପକ ଆଲୋକ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକାମାନଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ପରିଚାଳନା ରେ ସହାୟତା କରିଥିଲେ । ପ୍ରଶାସନିକ ଅଧିକାରୀ ରୀନା ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *