ଶ୍ରୀଦୁର୍ଗା ସାହିତ୍ୟ ସଂସଦର ଆଲୋଚନାଚକ୍ର

କଟକ,୨୩/୦୨/୨୦୨୬ (ଓଡ଼ିଶା ସମାଚାର)- ଶ୍ରୀଦୁର୍ଗା ସାହିତ୍ୟ ସଂସଦର କବିତା ଆସର ଓ ଆଲୋଚନାଚକ୍ର ଖପୁରିଆ ସ୍ଥିତ ସିଦ୍ଧିଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡଃ ପଣ୍ଡିତ ଚୈତନ୍ୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଉକ୍ରଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ସାହିତ୍ୟ ଆସର ଓ ଆଲୋଚନାଚକ୍ର ଶ୍ରେଷ୍ଠ ସତ୍ସଙ୍ଗ ବୋଲି କହିଥିଲେ । ଡଃ ଗୀତାଞ୍ଜଳି ପୃଷ୍ଟି ଓ ସଂନ୍ଧ୍ୟା ଶତପଥିଙ୍କ ସଂଯୋଜନାରେ କବି ମହେନ୍ଦ୍ର ପ୍ରସାଦ ମହାପାତ୍ର, ନିରୁପମା ମିଶ୍ର, ରଘୁନାଥ ତ୍ରିପାଠୀ, ବସନ୍ତ କୁମାର ସାହୁ, କ୍ଷୀରୋଦ ଜେନା, ନଜରୁଲ ଇସଲାମ, ସୁଧାଂଶୁ ଲେଙ୍କା, ଡଃ ବସନ୍ତ କୁମାରୀ ନନ୍ଦ, ଅନ୍ନପୂର୍ଣ୍ଣା ସାହୁ, ଅମୁଲ୍ୟ କୁମାର ବେହେରା, ଲୋକନାଥ ସେଠୀ, ଚୈତନ୍ୟ ରାଉତ, ଦିଲ୍ଲୀପ ପ୍ରଧାନ, ରମେଶ ଚନ୍ଦ୍ର ନାୟକ, ଭାଗୀରଥି ପାଣିଗ୍ରାହୀ, ସସ୍ମିତା ପଟ୍ଟନାୟକ, ସଚ୍ଚିଦାନନ୍ଦ କର, ଦିପ୍ତିରଞ୍ଜନ ପଣ୍ଡା, ଦେବେନ୍ଦ୍ରନାଥ ସାହୁ, ନିରୁପମା ସାହୁ, ଉତମ ଚରଣ ପ୍ରଧାନ, ତପନ ବିହାରୀ ରାଉତରାୟ ଓ ମମତା ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

ପ୍ରାରମ୍ଭରେ ସଂଗଠନ ସମ୍ପାଦକ ସୁରେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ମନୋରଞ୍ଜନ ପଣ୍ଡା କବିତାଗୁଡ଼ିକୁ ସମୀକ୍ଷା କରିଥିଲେ । କବି ଡଃ ଛବିରାମ ସେଠୀ ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *