ସିଓଲ ଠାରେ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଆୟୋଜିତ ସୁଲଭ ଆବାସ ସମ୍ପର୍କିତ କର୍ମଶାଳାରେ ଯୋଗଦେଲେ ଶ୍ରୀମତୀ ଉଷା ପାଢୀ

ଭୁବନେଶ୍ୱର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ କୋରିଆ ସିଓଲ ଠାରେ ସୁଲଭ ଆବାସ ସମ୍ପର୍କରେ ଏକ ଚାରି ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି ।  ଏହି ସମ୍ମାନ ଜନକ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭାରତ ସରକାରଙ୍କ ପକ୍ଷରୁ ଯୋଗଦେଇଛନ୍ତି । ଏ ନେଇ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଯାଇଛି ।

ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚାରି ଦିନିଆ କର୍ମଶାଳାରେ ବିଭିନ୍ନ ଦେଶର ବିଶେଷଜ୍ଞ ଓ ପଦାଧିକାରୀ ମାନେ  ଏକତ୍ରିତ ହୋଇ ସୁଲଭ ଆବାସ ଉପରେ ରଣନୀତି ଓ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋଚନା କରିବେ  ।

ଏହି ଅନ୍ତର୍ଜାତୀୟ ମଞ୍ଚରେ ଅଂଶଗ୍ରହଣ କରି, ଶ୍ରୀମତୀ ପାଢ଼ୀ ଭାରତର ଅଭିଜ୍ଞତା ବାଣ୍ଟିବା ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସରୁ ଶିଖି ସମସ୍ତଙ୍କୁ ସୁଲଭ ଏବଂ ବାସପଯୋଗୀ ଆବାସ ଯୋଗାଇବା ପାଇଁ ଦେଶର ପ୍ରୟାସରେ ଯୋଗଦାନ ଲାଗି ସହାୟକ ହୋଇପାରିବ ।

Leave a Reply

Your email address will not be published. Required fields are marked *