କେନ୍ଦ୍ରାପଡା କଲେଜ ସମ୍ମୁଖରେ ରାଜନେତାଙ୍କ ହୋର୍ଡିଂ

ଉଚ୍ଛେଦ ପାଇଁ ପୌରପାଳିକାକୁ ଚିଠି ଲେଖିଲେ ଅଧ୍ୟକ୍ଷ
କେନ୍ଦ୍ରାପଡ଼ା,୨୩/୦୨/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡପା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେତେକ ରାଜନେତା ନିଜର ଓ ଦଳର ପ୍ରଚାର ଓ ପ୍ରସାର କରିବା ପାଇଁ ହୋର୍ଡିଂ ମାରିଛନ୍ତି । ଏହି ହୋର୍ଡିଂକୁ ସେଠାରୁ ଉଚ୍ଛେଦ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା କେନ୍ଦ୍ରାପଡା ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ରାଜନେତା ଏହି ସ୍ଥାନରେ ହୋର୍ଡିଂ ମାରିବା ପାଇଁ କଲେଜ କର୍ତୃପକ୍ଷଙ୍କ ଠାରୁ କୌଣସି ଅନୁମତି ନେଇନାହାନ୍ତି । ତେଣୁ ଏହା ଏକ ବେଆଇନ କାର୍ଯ୍ୟ ବୋଲି ସେ କହିଛନ୍ତି । ପୂର୍ବରୁ ଏହି ସ୍ଥାନରେ କ୍ୟାବିନ ପଡିଥିଲା । ପୋଲିସ ବଳ ସାହାଯ୍ୟରେ ତାହାକୁ ହଟାଯାଇଥିଲା । ଫଳରେ ପିଲାମାନେ କଲେଜକୁ ଯିବାଆସିବା କରିବାରେ ସୁବିଧା ହୋଇଥିଲା । ଏବେ ପୁନର୍ବାର ସେହି ସ୍ଥାନଟି ରାଜନେତାଙ୍କ ହୋର୍ଡିଂ ଯୋଗୁ ଜବରଦଖଲ ହୋଇ ରହିଛି ବୋଲି ଅଧ୍ୟକ୍ଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏସଂକ୍ରାନ୍ତରେ ଅଧ୍ୟକ୍ଷ ଜିଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *