ଭୁବନ, ୨୫/୦୩/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିର କୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ କୁମାର ଭୂୟାଁ ଉଦଘାଟନ କରି “ଛାତ୍ରୀ ଆତ୍ମରକ୍ଷା ଭବିଷ୍ୟତର ସୁରକ୍ଷା” ବୋଲି ମତବ୍ୟକ୍ତ କରିଥିଲେ।
ଛାତ୍ରୀ ଆତ୍ମରକ୍ଷା ଦାୟିତ୍ୱରେ ଥିବା ପ୍ରଭାରୀ ଅଧ୍ୟାପିକା ସୁଶ୍ରୀ ଶୁଭ୍ରସିଲକା ଦାସ ଓ ଟ୍ରେନର ପ୍ରମୋଦିନି ମାଝୀ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା, ଅଧ୍ୟପକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପତି, ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ସମ୍ବନ୍ଧରେ ବିଭିନ୍ନ ପ୍ରକାର କୌଶଳ ର ଉପାୟ ବୁଝାଇଥିଲେ । ପ୍ରଶିକ୍ଷଣ ଶିବିରରେ ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।