ଜଗତସିଂହପୁର, ୦୨/୦୪/୨୦୨୬ (ଓଡ଼ିଶା ସମାଚାର)-ଗତକାଲି ଜିଲ୍ଲା ଉତ୍ସବ କଲ୍ଲୋଳ ୨୦୨୬ ର ଉଦଘାଟନୀ ଉତ୍ସବରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପଲ୍ଲୀଶ୍ରୀ ମେଳା ରେ ୮୮ ଟି ଷ୍ଟଲ୍ ର ଆୟୋଜନ କରାଯାଇଛି । ସେଥିରେ ୧୦ ଟି ଖାଦ୍ୟ ଷ୍ଟଲ୍ ପଡ଼ିଛି। ଆମ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ହସ୍ତଶିଳ୍ପ, ହସ୍ତକଳା ଓ ହସ୍ତତନ୍ତ ସହିତ ବିଭିନ୍ନ ଗ୍ରାମୀଣ ଓ କୃଷି ଜାତ ଦ୍ରବ୍ୟ ନେଇ ଏଠାକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଛନ୍ତି ।
ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ,ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଶା ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ପଲ୍ଲୀଶ୍ରୀ ମେଳା ର ଶୁଭ ଉଦଘାଟନ କରିଥିଲେ । ଏହି ଷ୍ଟଲ୍ ଗୁଡିକ ମଧ୍ୟରେ କନ୍ଧମାଳ ହଳଦୀ, ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀ, କଳାହାଣ୍ଡି ଜୁନାଗଡ ର କାଠ କାମ ଆଦି ପ୍ରମୁଖ । ମୁଖ୍ୟ ଅତିଥି ନିଜେ କନ୍ଧମାଳ ହଳଦୀ କିଣିବା ସହ ମାଣ୍ଡିଆ ରେ ପ୍ରସ୍ତୁତ ବିସ୍କୁଟ ଖାଇ ଏହାର ପ୍ରଶଂସା କରିଥିଲେ । ଏହି ପଲ୍ଲୀଶ୍ରୀ ମେଳା ଟି ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ ଙ୍କ ତତ୍ତ୍ଵାବଧାନରେ ଡେପୁଟି ସିଇଓ ଶ୍ରୀମତୀ ମଧୁସ୍ମିତା ସାହୁ ଓ ଓରମାସ କର୍ମକର୍ତ୍ତା ଙ୍କ ଦ୍ଵାରା ଆୟୋଜିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ଷ୍ଟଲ୍ ଗୁଡିକରେ ଦର୍ଶକଙ୍କ ଭିଡ଼ ଜମୁଛି ।
