ୟୁନିଟ୍ -୩ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ  ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୩୦/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩, ଭୁବନେଶ୍ୱର ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟର ତିନିଜଣ ଗୁରୁଜୀ ଗୁରୁମା ଅବସର ଗ୍ରହଣ କରିଛନ୍ତି। ସେମାନେ ହେଲେ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଶ୍ରୀମତୀ ଶକୁନ୍ତଳା ଦେବୀ, ଶ୍ରୀମତୀ ମମତା ରଥ । ଉକ୍ତ ଗୁରୁଜୀ ଗୁରୁମା ପ୍ରତ୍ୟେକ ଦୀର୍ଘ ୩୫ ବର୍ଷ ରୁ ଅଧିକ ସମୟ ଧରି ଶିକ୍ଷାଦାନ ଭଳି ପବିତ୍ର କାର୍ଯ୍ୟ କରି ଆସୁଥିଲେ। ସେମାନଙ୍କ ଅବସର ଯୋଗୁଁ ଅଭିଭାବକ, ଛାତ୍ର ଛାତ୍ରୀ,ପୂର୍ବ ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖ ଭରା ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଗୁରୁଜୀ ଗୁରୁମା ଅତ୍ୟନ୍ତ ଛାତ୍ର ବତ୍ସଳ, ସ୍ନେହୀ ଓ ସର୍ବଗୁଣ ସମ୍ପନ୍ନ ଶିକ୍ଷାବିତ୍ ଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସଵ ରେ ଶିକ୍ଷା ବିକାଶ ସମିତିଙ୍କ ପୂର୍ବ ସମ୍ଭାଗ ର ସଂଯୋଜକ ଶ୍ରୀଯୁକ୍ତ ଶିରିସ୍ କୁମାର ହାତୀ,ପୁରୀ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ନୃସିଂହ ଚରଣ ମିଶ୍ର , ୟୁନିଟ -୩ ର ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।” ଅବସର ନେଉ ଥିବା ଉକ୍ତ ଗୁରୁଜୀ ଗୁରୁମାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ।” ଏହା ଥିଲା ମୁଖ୍ୟ ଅତିଥି ଶ୍ରୀ ଶିରିସ କୁମାର ହାତୀଙ୍କ ବକ୍ତବ୍ୟର ସାରାଂଶ।

ଏହି ଉତ୍ସଵ ରେ ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ପରିଡ଼ା, ଉପ – ସଭାପତି  ଶ୍ରୀମତୀ କାଦମ୍ବିନୀ  ଦାସ, କୋଷାଧ୍ୟକ୍ଷ ଶ୍ରୀ ସନତ ରଞ୍ଜନ ନାୟକ,ସହ – ସମ୍ପାଦକ ଶ୍ରୀ ଅବିନାଶ ସ୍ୱାଇଁ ଓ ସଦସ୍ୟ ଶ୍ରୀ ଇନ୍ଦ୍ରଜିତ ଦାସ ଉପସ୍ଥିତ  ଥିଲେ। ଶ୍ରୀ ପ୍ରହ୍ଲାଦ ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଷ୍ଣୁ ଚରଣ ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଶ୍ରୀଚନ୍ଦନ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ନୃସିଂହ ଚରଣ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀମତୀ ହରପ୍ରିୟା ସିଂହ ଓ ଶ୍ରୀ ସୁବୋଧ କୁମାର ପ୍ରଧାନ ବ୍ୟବସ୍ଥା ଦାୟିତ୍ଵ ସମ୍ପାଦନ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ଅକ୍ଲାନ୍ତ ପରିଶ୍ରମ କରି ସମ୍ବର୍ଦ୍ଧନା ଉତ୍ସବକୁ ସଫଳ କରିଥିବାରୁ ବିଦ୍ୟାଳୟ ପରିଚାଳନା ସମିତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *