କେନ୍ଦ୍ରାପଡ଼ା,୧୮/୦୨/୨୦୨୬ (ଓଡ଼ିଶା ସମାଚାର)- ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ଧରଣୀଧର ସାହୁ, ନିର୍ଦେଶକ ଆଇନଜୀବୀ ସଞ୍ଜୟ କୁମାର ଜେନା, ସନ୍ତୋଷ ପୋଥାଳ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା ଓ ଧିରେନ୍ଦ୍ର ଦାସ ପ୍ରମୁଖ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଜିଲାପାଳ ଶ୍ରୀ ଆୟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଟ୍ରଷ୍ଟ ପକ୍ଷରୁ ହେଉଥିବା ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପସଭାପତି ରମଣୀରଞ୍ଜନ ରାଉତରାୟ, ନିର୍ଦେଶକ ସତ୍ୟବ୍ରତ ସିଂହ,ଗୋଲେଖ ପରିଡା ଓ ଅକ୍ଷୟପ୍ରିୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା
