ବନାଞ୍ଚଳ ସ୍ତରୀୟ ବନ୍ନାଗ୍ନୀ ସଚେତନତା ଶିବୀର

ରାଜଗାଙ୍ଗପୁର,୧୮/୦୨/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟ ସରକାର ଙ୍କ ପକ୍ଷରୁ ପରିବେଶ ଓ ଜଳବାୟୁ ଦିନକୁ ଦିନ ଦୂଷିତ ହେବା ଦ୍ଵାରା ଜଳବାୟୁ ପରିବର୍ତନ ହେବା ଲାଗି ରହିଛି । ତାକୁ ଦୃଷ୍ଟିରେ ରଖି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ର ନିର୍ଦେଶ ରେ ବିଭିନ୍ନ ବ୍ଲକ ସ୍ତରୀୟ ବନାଗ୍ନୀ ସଚେତନତା ଶିବିର ବିଭିନ୍ନ ମାଧ୍ୟମରେ କାର୍ୟ୍ୟ କ୍ରମ ଅନୁଷ୍ଠିତ କରାଯାଉ ଅଛି । ରାଜଗାଙ୍ଗପୁର ବନାଞ୍ଚଳ ଏବଂ ରାଉରକେଲା ବନ ଖଣ୍ଡ ଆନୁକୂଲ୍ୟରେ ରାଜଗାଙ୍ଗ ପୁର ବନାଞ୍ଚଳ ଅଧିକାରୀ କାର୍ୟ୍ୟାଳୟ ପରିସରରେ ବନ୍ନାଗ୍ନୀ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ କରା ଯାଇଥିଲା ।

ଏହି କାର୍ୟ୍ୟକ୍ରମ ରେ ରାଜଗାଙ୍ଗପୁର ବନ ଉପଖଣ୍ଡ ଅଧିକାରୀ ଗୁରୁ ଚରଣ ମଣ୍ଡଳ ଯୋଗ ଦେଇ ଜଙ୍ଗଲ ବଞ୍ଚିଲେ ଆମ ପରିବେଶ ସୁରକ୍ଷିତ ହୋଇ ରହିଵ ଆମେ ମାନେ ସୁସ୍ଥ ରହିଵା ସହ ଦୀର୍ଘ ଜୀବନ ବଞ୍ଚି ପାରିବା । ଜଙ୍ଗଲ କୁ ଅଗ୍ନି ରୁ କିପରି ରକ୍ଷା କରା ଯାଇ ପରିବା ତା ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ । ଏହି କାର୍ୟ୍ୟକ୍ରମ ରେ ରାଜଗାଙ୍ଗପୁର ବ୍ଲକ କୁଟୁନିଆ ପଞ୍ଚାୟତ ର ସରପଞ୍ଚ ବିଷ୍ଣୁ ଚରଣ ଲାକ୍ରା ,ଅଗ୍ନି ସେବା ବାହିନୀ ଅଧିକାରୀ ଲୋରେନ୍ସ ମିଞ୍ଜି ରାଜଗାଙ୍ଗପୁର ଫରେଷ୍ଟ ର ଲକ୍ଷ୍ମୀ ବେହେରା ସୁନାଖନ ଫରେଷ୍ଟ ର ବିଜୟ କୁମାର କୋଠୀ ମାଲଡ଼ିହି ଫରେଷ୍ଟର ସଲମାନ ରାଇଟିସର ଫରେଷ୍ଟର ପୂଜା ଭୋଇ ରାଜଗାଙ୍ଗପୁର ରେଭିନ୍ୟୁ ଅଧିକାରୀ ରାଜଶ୍ରୀ ଚୌଧୁରୀ ଉପସ୍ଥିତ ରହି ଉପସ୍ଥିତ ଜନ ସାଧାରଣ ଙ୍କୁ ସଚେତନା ଉପରେ ବିଭିନ୍ନ ମତ ବ୍ୟକ୍ତି କରିଥିଲେ ଶେଷ ରେ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *