ଚୋରା ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ର ମୃତ୍ୟୁ

ନିଶ୍ଚିନ୍ତକୋଇଲି,୨୫/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ଶନି ଘାଟରେ ଚିତ୍ରୋତ୍ପଳା ନଦୀରୁବିଳମ୍ବିତ ରାତିରେ ବେଆଇନଭାବେ ବାଲି ଉଠାଇ ଚାଲାଣ କରୁଥିବା ଏକ ଟ୍ରାକ୍ଟର ଚିତ୍ରୋତ୍ପଳା ଦକ୍ଷିଣ କେନାଲ ମଧ୍ୟକୁ ଓଲଟି ପଡ଼ିବାରୁ ଡ୍ରାଇଭର ର ମୃତ୍ୟୁ ଘଟିଛି । ସୂଚନା ଅନୁଯାଇ ଚିତ୍ରୋତ୍ପଳା ନଦୀରୁ ରବିବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଚୋରାରେ ବାଲି ଉଠାଇ ଆଣୁଥୁବା ବେଳେ ଭାରସାମ୍ୟ ହରାଇ କେନାଲ କୁ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ଲକ୍ଷ୍ମୀଧର ଭୋଇ ଟ୍ରାକ୍ଟର ତଳେ ଚାପିହୋଇ ରହିଥିଲା ।

ସ୍ଥାନୀୟ ଲୋକେ ଗୁରୁତର ଡ୍ରାଇଭର ଲକ୍ଷ୍ମୀଧର କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ବରଣ କରିଥିବା ଯୁବକ ର ଘର ଜନାର୍ଦ୍ଦନପୁର ପଂଚାୟତ କେଉଟୁଲୀ ଗ୍ରାମରେ । ସେ  କେଉଟୁଲୀ ଗ୍ରାମର ବିପନ ଭୋଇ ଙ୍କ ପୁଅ ଲକ୍ଷ୍ମୀଧର ବୋଲି ସୂଚନା ମିଳିଛି । ସେ ଜଣେ ନବ ବିବାହିତ ଯୁବକ ଥିବା କୁହାଯାଉଛି । ନେମାଳ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ମୃତ ଦେହ କୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *