ଜାନୁଆରୀ ୧୦ରୁ ଖଣ୍ଡଗିରି ଠାରେ ବିଶ୍ୱପ୍ରସିଦ୍ଧ ସାଧୁସନ୍ଥ ପୂର୍ଣ୍ଣ କୁମ୍ଭମେଳା

ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର)- ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ, ଓଡ଼ିଶା ଆହ୍ୱାନ କ୍ରମେ ପାଦୁକା ଆଶ୍ରମ, ଖଣ୍ଡଗିରିଠାରେ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ଆଲୋଚ୍ୟ ବିଷୟ ହେଲା ବିଶ୍ୱପ୍ରସିଦ୍ଧ ସାଧୁସନ୍ଥ ପୂର୍ଣ୍ଣ କୁମ୍ଭମେଳା ଖଣ୍ଡଗିରିଠାରେ ଚଳିତବର୍ଷ ଜାନୁଆରୀ ୧୦ ତାରିଖ ପୌଷ ଶୁକ୍ଳ ଏକାଦଶୀଠାରୁ ଫେବୃୟାରୀ ୨୬ ମହାଶିବରାତ୍ରୀ ପର୍ଯ୍ୟନ୍ତ ପକୁଣ୍ଡୀୟ ସ୍ନାନ ପାଳନ କରାଯିବ । ପ୍ରଥମ ସ୍ନାନ ଜାନୁଆରୀ ୧୦, ପୌଷ ଶୁକ୍ଳ ଏକାଦଶୀ, ଦ୍ୱିତୀୟ ସ୍ନାନ – ଜାନୁଆରୀ ୧୩ ପୌଷ ପୂର୍ଣ୍ଣିମା, ତୃତୀୟ ସ୍ନାନ- ଜାନୁଆରୀ ୧୪, ମକର ସଂକ୍ରାନ୍ତି, ଚତୁର୍ଥ ସ୍ନାନ – ଜାନୁଆରୀ ୨୯ ତ୍ରିବେଣୀ ଅମାବାସ୍ୟା, ପଂଚମ ସ୍ନାନ- ଫେବୃୟାରୀ-୨ ଶ୍ରୀପଂଚମୀ (ବସନ୍ତ ପଂଚମୀ), ଷଷ୍ଠ ସ୍ନାନ – ଫେବୃୟାରୀ ୪ ମାଘ ସପ୍ତମୀ, ଅଷ୍ଟମ ସ୍ନାନ (ଅନ୍ତିମ) – ଫେବୃୟାର-୨୬ -ମହାଶିବରାତ୍ରୀ । ଏହା ମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାହେବ ପଞ୍ଜିକା ଅନୁଯାୟୀ ।ମାଘ ସପ୍ତମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଶେଷ ପ୍ରାଧାନ୍ୟ ଦିଆହେବ କାରଣ ପ୍ରତିବର୍ଷ ପାଳନ ହେଉଥିବାରୁ । ପୂର୍ଣ୍ଣକୁମ୍ଭ ପାଳନ ଓଡ଼ିଶାରେ କରାଯାଉଥିବାରୁ ମହାମହିମ ରାଷ୍ଟ୍ରପତି, ମହାମାନ୍ୟ ପ୍ରଧାନମନ୍ତ୍ରୀ, ସମ୍ମାନସ୍ପଦ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସଂସ୍କୃତି ମନ୍ତ୍ରୀଙ୍କୁ ତା୨୩.୧୨.୨୦୨୪ରିଖ ଇ-ମେଲ୍ ଯୋଗେ ପତ୍ର ଦିଆଯାଇଅଛି । ସାକ୍ଷାତରେ ଏକାମ୍ର ଭୁବନେଶ୍ୱର ମାନ୍ୟବର ବିଧାୟକ ତଥା ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବାବୁ ସିଂ ମହାଭାଗଙ୍କୁ ପତ୍ରରେ ଉଲ୍ଲେଖ ଅଛି, ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ବହୁ ପ୍ରାଚୀନ । ଏହା ପ୍ରୟାଗରାଜ ଠାରୁ ପ୍ରାଚୀନ । ସନାତନ ବୈଦିକ ଧର୍ମ ସାଧୁସନ୍ଥ, ମୁନିରୂଷି ମାନଙ୍କର ସିଦ୍ଧପୀଠ । ଏଠାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଯୋଗଦାନ କରନ୍ତି । କିନ୍ତୁ ପରିତାପର ବିଷୟ ଭୁବନେଶ୍ୱର ମହାନଗର ନିଗମ ପାଣି, ଲାଇଟ୍ ସଫେଇ କାର୍ଯ୍ୟ ଯୋଗାଇ ଦିଅନ୍ତି, ଏଏସ୍ଆଇ ବିଭାଗ ଶୌଚାଳୟ ଦିଅନ୍ତି । କିନ୍ତୁ ସାଧୁସନ୍ଥଙ୍କ ପାଇଁ ରୋଷଘର, ଶୌଚାଳୟ, ରହିବା ଘର ପାଇଁ ବାରମ୍ବାରେ ଦାବି କରାଯାଉଛି । ଭାରତ ଓ ଓଡ଼ିଶା ସରକାର ସ୍ୱୀକୃତି ପ୍ରଦାନ ପାଇଁ ପୂର୍ବ ସରକାର ମୁଖ୍ୟମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ ଏ.ଏସ୍.ଆଇ ଅଧ୍ୟକ୍ଷ ମହାଭାଗଙ୍କୁ ୨୦୨୦ ମସିହାରୁ ସାଧୁସନ୍ଥ କୁମ୍ଭମେଳାକୁ ସ୍ୱୀକୃତି ପ୍ରଦାନ ସହିତ ସାଧୁସନ୍ଥମାନଙ୍କର ସମସ୍ତ ବନ୍ଦୋବସ୍ତ କରାଯାଉ ବୋଲି ଦାବି କରାଯାଇଆସୁଅଛି । ଉକ୍ତ ଦାବିପତ୍ର ଗଣମାଧ୍ୟମରେ ପ୍ରକାଶ ପାଇଅଛି । ସହିତ କୁମ୍ଭମେଳାରେ ଯୋଗଦାନ କରିବାକୁ ଉଲ୍ଲେଖ ଅଛି ବୋଲି କୁମ୍ଭମେଳାର ଆବାହକ ତଥା ପରିଷଦର ଅଧ୍ୟକ୍ଷ ବାବା ପଂଚଦେବ ଜଣାଇଛନ୍ତି । ଚଳିତ ମାସ ୧୦ ତାରିଖରେ କୁମ୍ଭମେଳା ଉଦଘାଟନ କରାଯାଇ ପ୍ରୟାଗରାଜ ତି୍ରବେଣୀ ସଙ୍ଗମରୁ ପୂର୍ଣ୍ଣ ଘଟ ଆସି ଖଣ୍ଡଗିରିରେ ପାଂଚଟି ସ୍ଥାନରେ ସ୍ଥାପନା କରାହେବ । ଉକ୍ତ ମହତ୍ପୂର୍ଣ୍ଣ କୁମ୍ଭମେଳାରେ ଯୋଗଦାନ କରିବା ପାଇଁ ଖଣ୍ଡଗିରି ସାଧୁସନ୍ଥ କୁମ୍ଭମେଳାରେ ଓଡ଼ିଶାରୁ ଯୋଗ ଦେଉଥିବା ଓ ପାଳନ କରୁଥିବା ସାଧୁସନ୍ଥମାନେ ଜଣାଇଛନ୍ତି ବୋଲି ଆବାହକ ଅଧ୍ୟକ୍ଷ ବାବା ପଂଚଦେବ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *