ନିମାପଡ଼ା ପ୍ରେସକ୍ଲବର ସାଧାରଣ ବୈଠକ ଅନୁଷ୍ଠିତ

ନିମାପଡ଼ା,୧୨/୦୨/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ା ପ୍ରେସକ୍ଲବର ସାଧାରଣ ବୈଠକ ସଭାପତି ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ସ୍ଥାନୀୟ ଗ୍ରୀନଲାଣ୍ଡ୍ ମଣ୍ଡପଠାରେ ଅନୁଷ୍ଠିତ ଏହି ବୈଠକରେ ପ୍ରେସକ୍ଲବର ଗତ ବାର୍ଷିକଉତ୍ସବ ଆୟବ୍ୟୟର ସମୀକ୍ଷା, ପ୍ରେସକ୍ଲବର ନିଜସ୍ୱ ଗୃହନିର୍ମାଣ, ନୂତନ ସଦସ୍ୟଙ୍କ ଯୋଗଦାନ ସମେତ ଆସନ୍ତା ମାସରେ ପାଳିତ ହେବାକୁ ଥିବା ପଖାଳ ଦିବସ ଓ କ୍ଲବର ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ବିଶଦ ଆଲୋଚନା କର।ଯାଇଥିଲା।

କ୍ଲବର ଉପଦେଷ୍ଟା ବିଚିତ୍ରାନନ୍ଦ ସାହୁ, ଶିକ୍ଷାବିତ୍ ଶରତ କୁମାର ସେନାପତି, ମାନସ କୁମାର ଦାସ,ରଞ୍ଜନ କୁମାର ଦାସ, ସମ୍ପାଦକ ରମାକାନ୍ତ ବେହେରା,ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ବେହେରା, ସହ-ସଂପାଦକ ଅଶୋକ କୁମାର ବେହେରା, ସଙ୍ଗଠନ ସମ୍ପାଦକ ସୁଦର୍ଶନ ବେହେରା, ସଦସ୍ୟ ସଂଜୟ କୁମାର ପତି,ମିଲନ କୁମାର ମହାନ୍ତି,ବିଶ୍ୱଜିତ ମିଶ୍ର, ବିରଞ୍ଜନ ମଲ୍ଲିକ, ତପନ କୁମାର ପଣ୍ଡା, ନଳୀନକାନ୍ତ ପରିଡ଼ା, ପ୍ରଶାନ୍ତ ନାୟକ,ମୋହନ ପାତ୍ର,ସତ୍ୟଜିତ ଆଚାର୍ଯ୍ୟ, ନିବେଦିତା ମିଶ୍ର,ପ୍ରଫୁଲ୍ଲ କୁମାର କର ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ପ୍ରେସକ୍ଲବର ବରିଷ୍ଠ ସଭ୍ୟ ସତ୍ୟେନ୍ଦ୍ର ମୋହନ ମହାନ୍ତିଙ୍କ ଉପସ୍ଥିତି ସଦସ୍ୟ ମାନଙ୍କ ମଧ୍ୟରେ ଉତ୍ସାହ ଭରିଦେବା ସହ ଆଗାମୀ ଦିନରେ ପ୍ରେସକ୍ଲବକୁ ଓଡ଼ିଶାର ୧ନମ୍ବର କ୍ଲବ ରୂପେ ପରିଗଣିତ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *