ମାହାଙ୍ଗା,୧୨/୦୨/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)- ଧର୍ମପ୍ରଣା ମହିୟସୀ ମହିଳା ରୁକ୍ମଣୀ ସମନ୍ତରାୟଙ୍କ ଏକାଦଶାହ ତିଥିରେ ପଣସପୁର ପଞ୍ଚାୟତ ଆକରପଡା ସୁନନ୍ଦା ମଣ୍ଡପ ଠାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରୁକ୍ମଣୀ ଦେବୀ ଜଣେ ଆଦର୍ଶ ଗୃହିଣୀ, ମେଳାପୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ମହିଳା ଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ,ସାହିତ୍ୟିକ ପ୍ରାଧ୍ୟାପକ ଯତୀନ୍ଦ୍ର ନାଥ ରାଉତ,ସାମ୍ବାଦିକ ଭକ୍ତ ଚରଣ ସାହୁ, ଅଧ୍ୟାପକ ସଂଗ୍ରାମ କେଶରୀ ବଳ,ସମାଜସେବୀ ମଧୁସୂଦନ ଦାସ,ପରିବେଷବିତ ପ୍ରତାପ ବୀରବର ଶ୍ରୀଚନ୍ଦନ ପୃଷ୍ଟି,ସାମ୍ବାଦିକ ପ୍ରକାଶ ସାମଲ,ଶିକ୍ଷାବିତ ନୃସିଂହ ଚରଣ ମଲ୍ଲିକ,ସାମ୍ବାଦିକ ପ୍ରଦୀପ୍ତ କୁମାର ପୃଷ୍ଟି, ପୂର୍ବତନ ସରପଞ୍ଚଋଷି କୁମାର ରାଉତ,ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବେହେରା,ଅକ୍ଷୟ କୁମାର ମହାନ୍ତି,ପ୍ରଫୁଲ୍ଲ ସାମନ୍ତରାୟ,ଉପେନ୍ଦ୍ର ସାମନ୍ତରାୟ,ପ୍ରଦୀପ୍ତ ସାମନ୍ତରାୟ,ସରପଞ୍ଚ ଚିନ୍ମୟ ସାମନ୍ତରାୟ,ସମିତିସଭ୍ୟଦେବେନ୍ଦ୍ର ମହାନ୍ତି, ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ସରପଞ୍ଚ ଭାବନି ସାମଲ, ପ୍ରଦୀପ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ବର୍ଗୀୟା ରୁକ୍ମଣୀ ଦେବୀଙ୍କ ସ୍ମୁତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
