ରଥଯାତ୍ରା ୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୧୨/୦୬/୨୦୨୫(ଓଡ଼ିଶା ସମାଚାର)- ପୌରସଂସ୍ଥା ଟାଉନ ହଲରେ ଚଳିତ ରଥଯାତ୍ରା ୨୦୨୫ର ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ମୁଖ୍ୟତଃ ରଥଗଠନ,ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନିଶା ନିବାରଣ, ଅଗ୍ନି ନିରାପକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା, ସୂଚନା କେନ୍ଦ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ କଟକଣା, କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା  ।

ଏହା ବ୍ୟତୀତ ରଥଦାଣ୍ଡ ସଫେଇ, ଆପ୍ରଚ ରାସ୍ତା ମରାମତି, ଆମ୍ବୁଲାନ୍ସ ସେବା, ପରିବା ବିକାଳୀଙ୍କୁ ବଡଦାଣ୍ଡରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ନବସିବା ପାଇଁ ବାରଣ କରାଯିବ, ବଡଦାଣ୍ଡରେ ଆମିଷ ସମ୍ପୂର୍ଣ ଭାବେ ବିକ୍ରି ବନ୍ଦ ରହିବ । ଏହାଛଡା ସିସି ଟିଭି ଲଗେଇବା, ଠାକୁରଙ୍କ ସାମ୍ନାରେ ସେବାୟତ ମାନେ ଭିଡ଼ ନ କରିବା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା  । ଚଳିତ ରଥଯାତ୍ରାକୁ ସଫଳ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ , ପୌରାଧ୍ୟକ୍ଷା ସରିତା ସାହୁ, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ,ÿ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *