ଭୁବନେଶ୍ୱର /ଘୁ.ଉଦୟଗିରି, ୨୪/୦୯/୨୦୨୫(ଓଡ଼ିଶା ସମାଚାର)-କନ୍ଧମାଳଜିଲା ଦେଇ ଯାଇଥିବା ବିଜୟୱାଡା-ରାଂଚି କରିଡର ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ରାସ୍ତା ଟି ଭାସିଯାଇ ଏକ ବିରାଟ ଖାଲ ହୋଇଥିଲା । ଜାତୀୟ ରାଜପଥ ବିଭାଗ ତରଫରୁ ଅସ୍ଥାୟୀ ରାସ୍ତା ତିଆରି କାମ ଚାଲିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପୁଣି ଥରେ ସେହି ସ୍ଥାନରେ ଭୂସ୍ଖଳନ ହୋଇଥିଲା ।
ଫଳରେ ପ୍ରଥମ ଭୂସ୍ଖଳନ ରେ ପାହାଡ଼ରେ ଅଟକି ରହିଥିବା ବିରାଟ ବିରାଟ ପଥର ଖସିବା ଫଳରେ କିଛି ମାତ୍ରାରେ ତିଆରି ହୋଇଥିବା ରାସ୍ତା ଧୋଇ ଯାଇଥିଲା । ବର୍ତମାନ ସୁଦ୍ଧା ବାଟ ଚଲା ରାସ୍ତା ହୋଇପାରିଛି । କିନ୍ତୁ ତାହା ବିପଦ ପୂର୍ଣ୍ଣ ରହିବ । ଆଗକୁ ଆହୁରି ଲଘୁଚାପଜନିତ ବର୍ଷା ଥିବାରୁ ରାସ୍ତା ତିଆରି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ତାସହ କିଛି ବଡ଼ ବଡ଼ ପଥର ପାହାଡ଼ରେ ଅଟକି ରହିଛି ସେଗୁଡ଼ିକୁ କିରି ତଳକୁ ଖସା ଯାଇ ପାରିବ ସେଥିପାଇଁ ବାହାରୁ ଦୁଇଟି ଟିମ୍ ଭଞ୍ଜନଗର ଏବଂ ସୋନପୁରରୁ ଆସୁଛନ୍ତି । ସେମାନଙ୍କ ପରାମର୍ଶ ଅନୁଯାୟୀ ପାହାଡ଼ରୁ ପଥର ଖସା ଯାଇ କାମ ତ୍ୱରାନ୍ୱିତ କରାଯିବ । ୩୦ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ଦେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଜିଲାପାଳ ପ୍ରତିକ୍ରିୟା ଦେଇଛନ୍ତି ।
