ପ୍ରହରାଜପୁର ରେ ଦରଘା-ଏ-ଗୈ।ସ୍-ଏ ଆଜମଙ୍କ ଉର୍ସ ଉତ୍ସବ

କଟକ ସଦର,୦୯/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଠାରେ ପ୍ରସିଦ୍ଧ ଦରଘା-ଏ-ଗୈ।ସ୍-ଏ ଆଜମଙ୍କ ୮୧ ତମ ବାର୍ଷିକ ଉର୍ସ ଉତ୍ସବ ଆଜି ଗୁରୁବାର ଦିନ ଆଧ୍ୟାତ୍ମିକ ପରିବେଶ ଓ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୁରଆନ   ଖାନୀ, ଫାତେହା, ନାତଖାନୀ, ଚାଦରପୋଷି, ଲଙ୍ଗର-ଏ-ଆମ, ତକରିର ଆଦି କାର୍ଯ୍ୟକ୍ରମ ହୋଇଥିବା ଜଣାପଡିଛି।

ଏଥିସହିତ ବାହାର ରାଜ୍ୟରୁ ଆସିଥିବା ବିଶିଷ୍ଟ ପ୍ରଵଚକ ମାନଙ୍କ ଦ୍ଵାରା ଜଲସା କାର୍ଯ୍ୟକ୍ରମ ହୋଇଥିଲା। ଉର୍ସ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ହିନ୍ଦୁ ଓ ମୁସଲିମ ଶ୍ରଦ୍ଧାଳୁ ଯୋଗ ଦେଇ ଆଶିର୍ଵାଦ ଭିକ୍ଷା କରିଥିଲେ। ଏହା ଆଜି ଭୋରରୁ ଆରମ୍ଭ ହୋଇଛି।  ଆଜି ବିଳମ୍ବିତ ରାତି ଯାଏ ଚାଲିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ସେହିପରି ଉତ୍ସବ ସ୍ଥଳରେ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲ ପକ୍ଷରୁ ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ପରିଚାଳନାରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଖୋଲାଯାଇଥିଲା ଓ ଶ୍ରଦ୍ଧାଳୁ ମାନଙ୍କୁ ପାଣି ଓ ଚା ବିତରଣ କରାଯାଇଥିଲା। ପରିଚାଳନା ରେ ଉର୍ସ କମିଟିର ର ସଭାପତି ଶେଖ୍ ଫଜାଲ ରଵ୍, ଉପସଭାପତି ଶେଖ୍ ଇଲିୟାସ ଅଲ୍ଲୀ, ଅବଦୁଲ ମଜିଦ୍, ସଂପାଦକ ୟାକୁବ ଖାନ୍,ସହ ସଂପାଦକ ଶେଖ୍ ଵାସିତ୍ ଅଲ୍ଲୀ, ସରପଂଚ ଅବଦୁଲ ୱ।ହିଦ୍ ଖାନ୍‌ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *