କେନ୍ଦ୍ରାପଡ଼ା,୨୧/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଓ ବିଦାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର ଓ ପ୍ରସାରକୁ ତ୍ୱରାନ୍ୱିତ କରିବାକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପ୍ରଚାର କମିଟି ଗଠନ କରାଯାଇଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପ୍ରଚାର କମିଟ ଅଧ୍ୟକ୍ଷ ସେକ ଜାହିର ମହମ୍ମଦଙ୍କ ଘୋଷଣା ଅନୁଯାୟୀ ଲୋକସଭା ପ୍ରଚାର କମିଟିର ଉପାଧ୍ୟକ୍ଷ ଭାବେ ଉଦୟଭାନୁ ପଢିହାରୀଙ୍କୁ ଓ ଆବାହକ ଭାବେ ସତ୍ୟପ୍ରିୟ ସାମଲଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି । ଅନୁରୂପ ଭାବେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ୧୪ଟି ବ୍ଲକର ୧୪ ଜଣଙ୍କୁ ବ୍ଲକ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଆଳି ବ୍ଲକ ପାଇଁ ବିଶ୍ୱଜିତ ତରାଇ, ରାଜକନିକା ବ୍ଲକର ସତ୍ୟ ପରିଡା, ରାଜନଗର ବ୍ଲକର ପ୍ରଶାନ୍ତ ପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକର ଅକ୍ଷୟ କୁମାର ସେଠୀ, କେନ୍ଦ୍ରାପଡା(୧)ର ରାଜେଶ କୁମାର ନାୟକ, କେନ୍ଦ୍ରାପଡା(୨)ର ସେକ ନିୟାଜୁଦ୍ଧିନ, ମହାକାଳପଡ଼ା ବ୍ଲକର ଚିତ ରଞ୍ଜନ ତରାଇ, ମାର୍ଶାଘାଇ ବ୍ଲକର ରାଜୁ ମଣ୍ଡଳ, ଗରଦପୁର ବ୍ଲକର ସୈ÷ାମ୍ୟଜିତ ସାମଲ, ଡେରାବିଶ ବ୍ଲକର ପ୍ରଭୁଦ ପଣ୍ଡା, ମାହାଙ୍ଗା ବ୍ଲକର ଦେବେନ୍ଦ୍ର ପରିଡା, ନିଶ୍ଚିନ୍ତକୋଇଲି ବ୍ଲକର ଯତୀନ୍ଦ୍ର କୁମାର ଲେଙ୍କା, ସାଲେପୁର ବ୍ଲକର ଆକିବୁଲ ବାରି ଓ ଟାଙ୍ଗି ବ୍ଲକର ବଳରାମ ତରାଇ ପ୍ରମୁଖଙ୍କୁ ବ୍ଲକ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରାପଡା ଲୋକସଭା ପ୍ରଚାର କମିଟି ଅଧ୍ୟକ୍ଷ ସେକ ଜାହିର ମହମ୍ମଦ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
କେନ୍ଦ୍ରାପଡା ଲୋକସଭା କଂଗ୍ରେସ ପ୍ରଚାର କମିଟି ଗଠନ
