ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ସ୍ମ୍ରୁତି ଚାରଣ ସଭା

କେନ୍ଦ୍ରାପଡା, ୨୯/୦୧/୨୦୨୫(ଓଡ଼ିଶା ସମାଚାର)- ସ୍ୱାଧିନତା ସଂଗ୍ରାମୀ ସ୍ମ୍ରୁତି ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଂଗ୍ରାମୀଙ୍କ ସ୍ମ୍ରୁତି ଚାରଣ ଓ ସମ୍ବର୍ଦ୍ଧନା ସଭା ବଗଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବୀନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ ସଂସଦର ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପଣ୍ଡିତ ପ୍ରତାପ ପତି ସ୍ୱାଗତ ଭାଷଣ ଓ ଅବଧୂତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ସରପଂଚ ସୁବନୀ ସାହୁ ସଂଗ୍ରାମୀ ଜେନାଙ୍କ ବ୍ରିଟିଶ ଶାସନ ବିରୁଦ୍ଧରେ ଦୁଃସାହସିକ ଲଢେଇ ଓ ପରିଣତିରେ ଯାତନା ଏବଂ ଜେଲଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲାର ଶିକ୍ଷା, ସଂସ୍କୃତି, ସାହିତ୍ୟ, ସାମ୍ବାଦିକତା ଓ ବୌଦ୍ଧିକତା କ୍ଷେତ୍ରକୁ ଅଶେଷ ଅବଦାନ ଦେଇଥିବା ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, ପ୍ରାଧ୍ୟାପକ ମୋହନ ଚରଣ ଜେନା, ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଅଧ୍ୟାପକ ଅଜୟ ସାମଲ ଓ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ପ୍ରତିନିଧି ରଞ୍ଜନ ଜେନା, ଅବସରପ୍ରାପ୍ତ ଶିକ୍ଷକ ସୁବୁଦ୍ଧି ସାହୁ, ପ୍ରତାପ ନାୟକ, ରମଣୀରଞ୍ଜନ ରାଉତରାୟ, ଦିଲ୍ଲୀପ ସାହୁ, ଅକ୍ଷୟ କୁମାର ପାଣି, ସତ୍ୟନାରାୟଣ ଜେନା, ଧରଣୀଧର ପାତ୍ର ସନ୍ତୋଷ ବରାଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *