ଧର୍ମପରାୟଣ ମହିଳାଙ୍କ ପରଲୋକ , ଗ୍ରାମରେ ଶୋକ ।

ଯାଜପୁର,୨୭/୧୨/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ବ୍ଲକ  ସାହାସପୁର ପଞ୍ଚାୟତ ଡ଼ଅଁରକୂଳ ଗ୍ରାମର ଧର୍ମପରାୟଣ ମହିଳା ଚମ୍ପାବତୀ ରାଉତ ଙ୍କ  ଗତ ରବିବାର ଦିନ ହୃଦଘାତରେ ପରଲୋକ ଘଟିଛି।

ସେ କିଛିଦିନ ହେବ ଅସୁସ୍ଥ ଥିବାରୁ ହାଇଟେକ ମେଡିକାଲ ରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତ ରବିବାର ଦିନ ହଠାତ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରାରେ ନିଆଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲାବେଳେ ନାତି ଅଭିଷେକ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ଚମ୍ପାବତୀ ଜଣେ ଧର୍ମପରାୟଣ ଓ ମେଳାପୀ ମହିଳା ଥିବା ବେଳେ ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *