ବୀଣାପାଣି ନାଟ୍ୟ ସଂସଦ ପକ୍ଷରୁ  ବାର୍ଷିକ ପାଲା ସମ୍ମିଳନୀ     

ଯାଜପୁର , ୨୮/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର ):-ଯାଜପୁର ଜିଲ୍ଲା ସାହାସପୁର ପଞ୍ଚାୟତ ଅନ୍ତର୍ଗତ ଡ଼ଅଁରକୂଳ ସରସ୍ବତୀ ଦାଣ୍ଡ ଠାରେ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ଓ  ଶାଖା ମା ବିରଜା ମଣ୍ଡଳ ପାଲା ଗାୟକ ପରିଷଦ ପକ୍ଷରୁ ଏକାଦଶ ବାର୍ଷିକ ପାଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ଟି ଦୀର୍ଘ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବେଶ ପରିଚିତି ପାଲା ଗାୟକ ମାନେ   ଏଠାରେ  ପାଲା ପରିବେଷଣ କରିଥିଲେ। ପ୍ରଥମ ରାତ୍ରିରେ ଗାୟକ ତତ୍ତ୍ୱ ବିଶାରଦ ପଣ୍ଡିତ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସ, ଗାୟକ ସୌରଭ ଶ୍ରୀଯୁକ୍ତ ବଲ୍ହବ ଚରଣ ସ୍ୱାଇଁ, ଗାୟକ ଶ୍ରୀଯୁକ୍ତ ଅର୍ଜୁନ ଚରଣ ଦାସ , ଦିତ୍ୱୀୟ ରାତ୍ରିରେ ଗାୟକ ପଦ୍ମ ଶ୍ରୀଯୁକ୍ତ ନକୁଳ ଚରଣ ଦାସ, ଗାୟକ ସ୍ୱରସୁଧା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ଗାୟକ ସୁଧାଂଶୁ ଶେଖର ମଲ୍ଲିକ ଓ ଗାୟିକା ରଶ୍ମି କୁମୁଦିନୀ ପଣ୍ଡା ଓ ସାଥି ପାଲା ପରିବେଷଣ କରି ପାଲା ପ୍ରେମୀଙ୍କୁ   ଆକୃଷ୍ଟ କରିଥିଲେ ।

ଉଜ୍ଜାପନି ଉତ୍ସବ ରେ  ଏସ. ସି. ବି ମେଡିକାଲ କଲେଜର ସ୍ନାୟୁ ବିଭାଗର ଡାକ୍ତର ରବିନାରାୟଣ ପଣ୍ଡା ମୁଖ୍ୟ ଅତିଥି ଓ ଗାୟକ ବରୁଣ ସନ୍ତୋଷ କୁମାର ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାୟକ ଓ ଗାୟିକା ମାନଙ୍କୁ ଉତ୍ସାହିତ କରିଥିଲେ ।

 ଏହି କାର୍ଯ୍ୟକ୍ରମ ଟି ଯାଜପୁରର ଅଗ୍ରଣୀ ଡ୍ରାମା ଅନୁଷ୍ଠାନ “ମା ବୀଣାପାଣି ନାଟ୍ୟ ସଂସଦ” ଆୟୋଜନ କରିଥିବା ବେଳେ ଭରତ ଚନ୍ଦ୍ର ରାଉତ, ସତ୍ୟବ୍ରତ ରାଉତ, ଅକ୍ଷୟ ମିଶ୍ର, ମୃତ୍ୟୁଞ୍ଜୟ ଶର୍ମା, ଅଶ୍ୱନୀ ରାଉତ,ସୁବାଷ ରାଉତ, ମନୋଜ ଶର୍ମା, ସୌଭାଗ୍ୟ ଶର୍ମା ପ୍ରମୁଖ  ସଦସ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *