ନିରାକାରପୁର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ପ୍ରଚଣ୍ଡ ରୌଦ୍ରତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ବାଟ ରେ ଘାଟ ରେ ବିଶୁଦ୍ଧ ପାଣି ଟିକେ ପିଇବା ପାଇଁ ପାଉ ନଥିବାରୁ ଛଟପଟ ହେଉଛନ୍ତି। ଏହାକୁ ଅନୁଭବ କରି ବାଟୋଇ ଙ୍କୁ ପିଇବା ପାଣି ଦେବା ଉଦ୍ଦେଶ୍ୟରେ ନିରାକାରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଷ୍ଟେସନ ରୋଡ ସ୍ଥିତ ତାରିଣୀ ମଣ୍ଡପରେ ଏକ ଜଳ ଛତ୍ର ଖୋଲାଯାଇଛି।ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ, ସମ୍ପାଦକ ଦୀନବନ୍ଧୁ କର, କୋଷାଧ୍ୟକ୍ଷ ସର୍ବେଶ୍ଵର ପାହାଡସିଂହ ଓ ଉପସଭାପତି ସତ୍ୟନାରାୟଣ କର ପ୍ରମୁଖଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା , ସଭ୍ୟ ସହଯୋଗ କରିଥିଲେ ।
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜଳଛତ୍ର
