ବରୀ ରେ ବିଶ୍ବରଂଜନ ଙ୍କ ବାଜିମାତ , ବହୁତ୍ ବଡ ବ୍ୟବଧାନରେ ବିଜୟୀ ହେଲେ ।

ଯାଜପୁର , ୦୪/୬/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ସବୁ କଳ୍ପନାର ଅନ୍ତ ଘଟିଛି , ଦୀର୍ଘ ଦିନର ଆଲୋଚନା ପରେ ଆଜି ବରୀ ରେ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ହସର ଖୁସି ଖେଳିଯାଇଛି ।ବରୀ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଶ୍ରୀ ବିଶ୍ବରଂଜନ ମଲ୍ଲିକ ଚଳିତ ସାଧାରଣ ନିର୍ବାଚନର ନିଜର ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ର ବିଧାୟକ ପ୍ରାର୍ଥୀ ଉମେଶ ଜେନା ଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ବିଜେଡି ର ସ୍ଥିତି କୁ ମଜବୁତ୍ କରିଛନ୍ତି । ତାଙ୍କର ଏହି ବିଜୟ ପରେ ରାଜ୍ୟ ,ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ରୁ ବହୁ ଶୁଭେଚ୍ଛୁ ଙ୍କ ଶୁଭେଛା ବାର୍ତ୍ତା ଛୁଟି ଆସିବା ସହ ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇ କର୍ମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବିଶ୍ବରଂଜନ ଙ୍କୁ ମୋଟ ୧୦୧୧୪୨ ଖଣ୍ଡ ଭୋଟ ମିଳିଥିବା ବେଳେ , ଭାଜପାର ଉମେଶ ଜେନା ଙ୍କୁ ୫୦୦୩୧ ଖଣ୍ଡ ଭୋଟ ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ରୁ ଲଢ଼ୁଥିବା ଦେବାଶିଷ ନାୟକ ଙ୍କୁ ୪୦୬୪ ଖଣ୍ଡ ମିଳିଛି ।

Leave a Reply

Your email address will not be published. Required fields are marked *