ଡାଲଖାଇ ସଂକୀର୍ତନ ସମିତିର ଦ୍ୱାଦଶ ବାର୍ଷିକ ସଂକୀର୍ତନ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର /ବାଲିଅନ୍ତା / ବାଳକାଟି, ୦୬/୦୨/୨୦୨୬ (ଓଡ଼ିଶା ସମାଚାର)-ଶ୍ରୀ ଶ୍ରୀ ମା’ ଡାଲଖାଇ ସଂକୀର୍ତନ ସମିତି, ଲକ୍ଷ୍ମୀସାଗରର ଦ୍ୱାଦଶ ବାର୍ଷିକ ଓଡ଼ିଶୀ ସଂକୀର୍ତନ ମହୋତ୍ସବ ଆଜି ସମିତିର ସ୍ଥାୟୀ କାର୍ଯ୍ୟାଳୟ ବାଙ୍କୁଆଳ ବାସୁଆଘାଇ ନଦୀପଠାରେ ମହନ୍ତ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି  । ଏହି ମହୋତ୍ସବରେ ଭୁବନେଶ୍ୱର ମଧ୍ୟ, ଏକାମ୍ର, ଉତର, ଜୟଦେବ ନିର୍ବାଚନ ମଣ୍ଡଳୀର ୨୪ଗୋଟି ସଂକୀର୍ତନ ଦଳ ସଂକୀର୍ତନ ପରିବେଷଣ କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପି୍ରୟଦର୍ଶୀ ମିଶ୍ର, ଭାଜପା ନେତା ଜଗନ୍ନାଥ ପ୍ରଧାନ, ଶ୍ରୀ ଲକ୍ଷେଶ୍ୱର ସଂକୀର୍ତନ ମହାମଣ୍ଡଳୀର ମହନ୍ତ ନଳିନୀ କୁମାର ସ୍ୱାଇଁ, ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅବସରପ୍ରାପ୍ତ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ସଂକୀର୍ତନ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ନିଜ ବକ୍ତବ୍ୟରେ ସହରୀ କରଣ ପ୍ରକ୍ରିୟା ଭିତରେ ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ଆଧ୍ୟାତ୍ମିିକ ଲୋକ କଳା ଓଡ଼ିଶୀ ସଂକୀର୍ତନକୁ ବଂଚେଇ ରଖି ଏହାର ନିରନ୍ତର ପ୍ରଚାର ପ୍ରସାର ସହିତ ଏହାକୁ ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଖୁସିର ବିଷୟ  । ପିଲାର ଜନ୍ମଦିନ ପାଲା ସହିତ ବିବାହ ଓ ଶବ ଶୋଭାଯାତ୍ରାରେ, ଠାକୁରଙ୍କ ଦୋଳମେଲଣ, ମହୋତ୍ସବ ଆଦିରେ ଓଡ଼ିଶୀ ସଂକୀର୍ତନ ପରିବେଷଣ ହୋଇ ଆସୁଅଛି  ।

ଏହା ଭକ୍ତି ଭାବର ଏକ ଆତ୍ମୀୟତା ଭାବନାରେ ଗ୍ରାମ ଗ୍ରାମ ମଧ୍ୟରେ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରୁଅଛି  । ଏହି କାର୍ଯ୍ୟକ୍ରମକୁ ଅଧିକାରୀ ପୀତବାସ ସୁନ୍ଦରାୟ, ସମ୍ପାଦକ ହରିହର ପରିଡ଼ା, କୋଷାଧ୍ୟକ୍ଷ ହେମନ୍ତ କୁମାର ପ୍ରଧାନ, ଦାମୋଦର ସାହୁ, ନବ କିଶୋର ସାମନ୍ତରାୟ, ପ୍ରତାପ ଜେନା ପ୍ରମୁଖ ପରିଚାଳନା କରିଥିଲେ  । ଏହାପରେ ସମସ୍ତ କଳାକାର, ମୂରବୀ, ସଂକୀର୍ତନପ୍ରେମୀ ମାନଙ୍କୁ ଉତରୀୟ, ଭୋଗ ସମର୍ପଣ କରାଯାଇ ପ୍ରସାଦ ସେବନ ପୂର୍ବକ ଆଗାମୀ ବର୍ଷ ପାଇଁ ନିମନ୍ତ୍ରଣ ପ୍ରଦାନ କରାଯାଇ ହରିବୋଲ୍ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା  ।

Leave a Reply

Your email address will not be published. Required fields are marked *