କଟକ ନୂଆଵଜାର ଗୁଳିକାଣ୍ଡ ଘଟଣାର ପର୍ଦାଫାଶ —

 ଚୋରା ବନ୍ଧୁକ ରୁ ଡେମୋ ଦେଖାଉଥିବା ବେଳେ ଢୋ ହେଲା — ଦୁଇ ଗିରଫ

କଟକ ସଦର,୦୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ସୋମବାର ବିଳମ୍ବିତ ରାତିରେ ଚାଉଳିଆଗଞ୍ଜ ଥାନା ନୂଆ ଵଜାର ଠାରେ ଏକ ଗୁଳିକାଣ୍ଡରେ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜନୈକ ସଂଜୟ ତରାଇର ତାଳମେଳ ରହୁନଥିବା ବୟାନକୁ ଆଧାର କରି ପୋଲିସ ଦୁଇଜଣଙ୍କୁ ଗିରଫ କରି ଆଜି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପ୍ରକାଶ ଯେ ଆହତ ସଂଜୟ ଓ ତାର ସାଙ୍ଗ ଭଗଵାନ ରାଉତ ରାତିରେ ରାସ୍ତାରେ ଯାଉଥିବା ବେଳେ କେହି ଦୁର୍ବୃତ ତାଙ୍କ ଉପରକୁ ଗୁଳିମାଡ କରିଥିବା ବେଳେ ସଂଜୟ ଗୋଡ଼ରେ ଗୁଳି ବାଜିଥିଲା। କାହାକୁ କିଛି ନଜଣାଇ ସଂଜୟ କୁ ମେଡିକାଲ ନିଆଯାଇଥିବା ବେଳେ ଡ଼ାକ୍ତର ଙ୍କ ରିପୋର୍ଟ ଅନୁଯାଇ ମଙ୍ଗଳାବାଗ ପୋଲିସ ତଦନ୍ତ କରି ଚାଉଳିଆଗଞ୍ଜ ଥାନା କୁ ଜଣାଇଥିଲେ।

ଜେରା ସମୟରେ କିଛି ତାଳମେଳ ରହୁନଥିବା ଏଵଂ ତାହା ନାଟକ ବୋଲି ଜାଣି ଭଗଵାନ ଏକ ମାଛ ଦୋକାନ ଭିତରେ ସଂଜୟ କୁ ଚୋରା ବନ୍ଧୁକ ରୁ ଡେମୋ ଦେଖାଉଥିବା ବେଳେ ତାହା ଫୁଟି ଯାଇଁ ସଂଜୟ ଗୋଡ଼ରେ ବାଜିଥିଲା ବୋଲି ପୋଲିସ ଜାଣିପାରିଥିଲେ।

ଏଥିରେ ସମ୍ପୃକ୍ତ ଭଗଵାନ ରାଉତ ଓ ଚୋରା ବନ୍ଧୁକ ବିକ୍ରୀ କରିଥିବା ଲିଟୁ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଚୋରା ବନ୍ଧୁକ କାରବାର ରୋକିବାରେ କଟକ କମିଶନରେଟ ପୋଲିସ କେତେ ସଶକ୍ତ । ସୂଚନାଯୋଗ୍ୟ ଯେ ଅଳ୍ପ ଦିନ ତଳେ କଟକ ରୁ ୬ ଜଣ ଜଣ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *