ବିପିୟୁଟିର ଟେକ୍ କାର୍ନିଭାଲ ଉଦ୍ଘାଟିତ –

ବିକଶିତ ଓଡ଼ିଶା – ବିକଶିତ ଭାରତ ଗଠନରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରିବ- ରାଜ୍ୟପାଳ

ଭୁବନେଶ୍ୱର, ୦୪/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିକଶିତ ଓଡ଼ିଶା – ବିକଶିତ ଭାରତ ଗଠନରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରିବ । ଚଳିତ ନଭେମ୍ବର ୪ତାରିଖ ସୋମବାର ଦିନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଅବସ୍ଥିତ ରେଳ ସଦନ ଅଡିଟୋରିୟମ ଠାରେ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ଆନୁକୂଲ୍ୟରେ ଆୟୋଜିତ  ଟେକ୍ କାର୍ନିଭାଲକୁ ଉଦ୍ଘାଟନ କରି ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ, ବର୍ତମାନ ଆମେ ବୈଷୟିକ ଜ୍ଞାନ ଆଧାରିତ ଯୁଗରେ ଗତି କରୁଛେ । ଏହି ଜ୍ଞାନ ଆଧାରିତ ଯୁଗରେ ଯାହାଙ୍କ ପାଖରେ ବୈଷୟିକ ଜ୍ଞାନ ଅଛି ସେ ନିଜର ପ୍ରତିଭାକୁ ବିକଷିତ କରିପାରିବ ଏବଂ ଆହ୍ୱାନକୁ ସୁଯୋଗରେ ପରିଣତ କରିପାରିବେ । ଆଜିର ଦୁନିଆରେ ଯେଉଁଠାରେ ଟେକ୍ନୋଲୋଜି ଜୀବନର ପ୍ରତ୍ୟେକ ପଦକ୍ଷେପରେ ରୂପ ନେଉଛି । ବୈଷୟିକ କ୍ଷେତ୍ରରେ ଏକ ଦ୍ରୁତ ଭିତିଭୂମି ବିକାଶ ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଓଡ଼ିଶାରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିପିୟୁଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଯୁବପିଢ଼ି ମଧ୍ୟରେ ଅଭିନବତା ଓ ଉକôର୍ଷର ସଂସ୍କୃତି ବୃଦ୍ଧି କରୁଛି । ବିପିୟୁଟି ଏଦିଗରେ ଯେଉଁ ପରିବେଶ ବିକାଶ କରୁଛି ଯାହା ଉସôାହ ଜନକ । ବୈଷୟିକ, ସାଂସ୍କୃତିକ ଏବଂ କ୍ରୀଡ଼ା ଠାରୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ହାଇ-ଇଭେଂଟ ସହିତ ଟେକ୍ କାର୍ନିଭାଲ କେବଳ ପ୍ରତିଭା ଏବଂ ଜ୍ଞାନର ଉସôବ ନୁହେଁ । ଏହା ଓଡ଼ିଶାର ଯୁବକମାନଙ୍କ ଅଗ୍ରଗାମୀ ଚିନ୍ତାର ପ୍ରତିଫଳନ, ଯେଉଁମାନେ ଟେକ୍ନୋଲୋଜି ମାଧ୍ୟମରେ ଆମର ଭବିଷ୍ୟତ ଗଠନ ପାଇଁ ଆଗକୁ ବଢ଼ୁଛନ୍ତି ।

ଏହି କାର୍ନିଭାଲରେ ଅଂଶଗ୍ରହଣ କରି ଆମର ଛାତ୍ରଛାତ୍ରୀମାନେ କେବଳ ସେମାନଙ୍କର ପ୍ରତିଯୋଗିତାମୂଳକ ବୈଷୟିକ ଦକ୍ଷତାର ବିକାଶ କରିବେ ନାହିଁ ବଂର ଦଳଗତ କାର୍ଯ୍ୟ ଏବଂ ଚିନ୍ତାଧାରା ଭଳି ଅତ୍ୟାବଶ୍ୟକ କୌଶଳ ମଧ୍ୟ ବିକାଶ କରିବେ । ଆଜିର ଦ୍ରୁତ ଗତିଶୀଳ ପ୍ରତିଯୋଗିତାମୂଳକ ଦୁନିଆରେ ସଫଳ ହେବାକୁ ଲକ୍ଷ୍ୟ ରଖିଥିବା କୌଣସି ଉଦ୍ୟୋଗୀ କିମ୍ବା ପ୍ରଯୁକ୍ତିବିଦ୍ୟା ଆଗ୍ରହୀଙ୍କ ପାଇଁ ନେତୃତ୍ୱ ନେବାରେ ଏହି କାର୍ନିଭାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଭାରତ ବର୍ତମାନ ବିଶ୍ୱର ବୃହତ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରୁ ଅନ୍ୟତମ । ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ଏକ ଦକ୍ଷତା ଭିତିକ ହବ୍ ପାଲଟିଛି । ଯୁବପିଢୀଙ୍କୁ ଦକ୍ଷ କରିବା, ସେମାନଙ୍କୁ ନିଯୁକ୍ତି ଦେବା ତଥା ଓଡିଶାକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା ପାଇଁ ରାଜ୍ୟ ଦେଶ ସହ କାର୍ଯ୍ୟ କରୁଛି ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟପାଳ ସନ୍ତୋଷ ପ୍ରକଟ କରି କହିଥିଲେ ଯେ, ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏହାର ପାଠ୍ୟକ୍ରମରେ ଉନ୍ନତ ଦକ୍ଷତା ପାଠ୍ୟକ୍ରମକୁ ଅଗ୍ରାଧିକାର ଦେଇଛି । ଉକ୍ତ କାର୍ନିଭାଲରେ ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିପିୟୁଟିର ଭାଇସ୍-ଚ୍ୟାନେସଲର୍ ପ୍ରଫେସର ଅମୀୟ କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଟେକ୍ କାର୍ନିଭାଲର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିପିୟୁଟିର କୂଳ ସଚିିବ ନିଶିପୂନମ୍ ମିଞ୍ଜ୍ଙ୍କ ସମେତ ଅଧ୍ୟାପକ / ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

-୦-

ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *