ନିଶ୍ଚିନ୍ତକୋଇଲି, ୦୪/୦୨/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା) କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ଦାମୋଦର ପୁର ନଦୀବନ୍ଧ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ରେ ମହିଳା ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମଙ୍ଗଳବାର ରାତିରେ ପୁରୁଣାପାରି ଗ୍ରାମର ନିତ୍ୟାନନ୍ଦ ରାଉତ ଙ୍କ ପତ୍ନୀ କଳ୍ପନା ରାଉତ(୪୮) ଏକ ବାଇକ ପଛରେ ବସି ଘରକୁ ଫେରୁଥିବା ସମୟରେ ଏକ ପିକଅପ ଭ୍ୟାନ ସ୍ଥାନୀୟ ୟୁପି ସ୍କୁଲ ନିକଟରେ ତାଙ୍କୁ ଅତିକ୍ରମ ବେଳେ ଗାଡି ହୁକରେ ମହିଳାଙ୍କୁ ଘୋଷାଡ଼ି ନେଇଥିଲା ।
ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଡାକ୍ତର ଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ନେମାଳ ଥାନା ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡି କୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଛି । ମୃତା ମହିଳା ଙ୍କ ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ମହିଳା ଙ୍କ ମୃତ୍ୟୁ ରେ କ୍ଷତି ପୂରଣ ଦାବି କରିଛନ୍ତି ।
