ରାଧାନାଥ ରାଉତ ଙ୍କ ସ୍ମୃତି ଚାରଣ ସଭା

ମାହାଙ୍ଗା ୦୪/୦୨/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା)-ବିରୂପା- ଗେଙ୍ଗୁଟି ଦ୍ବିପାଞ୍ଚଳ ମୁରବୀ ତଥା ଜଣେ ଗାନ୍ଧିବାଦୀ ପୁରୁଷ ରାଧାନାଥ ରାଉତଙ୍କ ସ୍ମୃତି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  ।

କୁହୁଣ୍ଡା ପଞ୍ଚାୟତ ଧଉଳିଆ ଗ୍ରାମରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରାଧାନାଥ ରାଉତଙ୍କ ଭଳି ମାନବବାଦୀ ମଣିଷ ଓ ଗାନ୍ଧିବାଦୀ କର୍ମୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।

  ଏହି ସ୍ମୃତି ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପ୍ରାକ୍ତନ ଆୟକର କମିଶନର ଶୋଭନ କର,ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, କବି ପ୍ରଶାନ୍ତ କୁମାର କର,ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ସାହିତ୍ୟିକ ଭାବଗ୍ରାହୀ ରାଉତ,ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ,କବି ନାରାୟଣ ମୁଦୁଲି, ପ୍ରାକ୍ତନ ସରପଞ୍ଚ ସୁବାସ ଚନ୍ଦ୍ର ବେହେରା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଅଫସର ତୁଲ୍ଲା,ହେମନ୍ତ କୁମାର ପ୍ରଧାନ, ବଟକୃଷ୍ଣ ଦାଶ,ବେଣୁଧର ସାମଲ,ଗୟାଧର ସାହୁ, ନୃସିଂହ ଚରଣ ସାହୁ, ଅନନ୍ତ କିଶୋର ସାହୁ,ପ୍ରଭାକର ଦାସ,ସୁଜୟ ବେହେରା ଓ ଅର୍ଜ୍ଜୁନି ବିହାରୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ  ।

ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ମାଗୁଣି ଚରଣ ସାମଲ, ଚିନ୍ମୟ ସାମଲ, ଚନ୍ଦ୍ରମଣି ଧଳ, ଗଣେଶ ବିହାରୀ, ଜଗନ୍ନାଥ ନାୟକ, ପ୍ରମୁଖ ସ୍ବର୍ଗତ ରାଉତଙ୍କ ସେବା ଓ ତ୍ୟାଗର ପଟ୍ଟାନ୍ତର ନାହିଁବୋଲି କହିଥିଲେ ।

 ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ଅଶୋକ ଦାଶ, ତାପସ ବିଶ୍ୱାଳ, ଅର୍ଜ୍ଜୁନ ସାହୁ, ଅକ୍ଷୟ ପଲେଇ, ନିରଞ୍ଜନ ମୁଦୁଲି, ରବୀନ୍ଦ୍ର ପୃଷ୍ଟି, କେଦାରେଶ୍ୱର ପୁହାଣ, ଭାଗ୍ୟଧର ମହାନ୍ତି, ସୁଧୀର ମହାନ୍ତି, କାର୍ତ୍ତିକ ବିହାରୀ, ମାଧବ ପଲେଇ, ସରୋଜ ସାହୁ,କ୍ଷୀରୋଦ ଦାଶ, ଅଶୋକ ସାମଲ, ସୁବାସ ରାଉତ, ବ୍ରହ୍ମାନନ୍ଦ ବିଶ୍ୱାଳ, ପରମାନନ୍ଦ ମହାନ୍ତି ପ୍ରମୁଖଯୋଗ ଦେଇ ସ୍ମୃତି ଚାରଣ କରିଥିଲେ  ।

Leave a Reply

Your email address will not be published. Required fields are marked *