କେନ୍ଦ୍ରାପଡ଼ା, ୨୧/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ର୍ରାପଡ଼ା ସହରର ବରିଷ୍ଠ ବିଜେଡି ନେତା ତଥା ପୌର ପରିଷଦର ୨ ନମ୍ବର ୱାର୍ଡ କାଉନସିଲର କାଳୀ ପ୍ରସାଦ ମିଶ୍ର ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଶୁକ୍ରବାର ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତନ ନହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ହୃତ୍ପିଣ୍ଡରେ ଅସ୍ତ୍ରୋପଚାର କରାଯାଇଛି । ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଦୀପକ ପାଢ଼ୀ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତର ପାଢ଼ୀ କହିଛନ୍ତି । ବହୁ ଦଳୀୟ ନେତା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିମାନେ ଡାକ୍ତରଖାନାକୁ ଯାଇ ତାଙ୍କୁ ଭେଟିବା ସହିତ ଅଶୁ ଆରୋଗ୍ୟ କାମନା କରିଛନ୍ତି ।