କଟକ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ ସଦର,୦୩ /୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକର ବରିଷ୍ଠ ବିଜେଡି ନେତା, ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ମଙ୍ଗଳବାର ଦିନ ରାଜ୍ୟସଭା ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ଙ୍କ ନିକଟରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୩ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ଉତ୍ସବ କଟକ ଓଡ଼ିଆ ଵଜାର ତାଙ୍କ ଜନ୍ମ ସ୍ଥାନରେ ପାଳନ କରାଯାଉଥିଲା। ଏଥିରେ ମହାମହିମ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍, ମହାମହିମ ରାଜ୍ୟପାଳ ଡ଼ଃ ହରିଵାଵୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଙ୍କ ସମେତ ବିଜେଡ଼ି ବିଜେପି ଓ କଂଗ୍ରେସର ବିଧାୟକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଯାହାକୁ ନେଇ ସେତେବେଳେ ଦେବାଶିଷ ଜିଲ୍ଲାପାଳଙ୍କୁ ଦାୟୀ କରି ଵହେ ଵର୍ଷିଥିଲେ।

Leave a Reply

Your email address will not be published. Required fields are marked *