ସାଲେପୁର,୦୩ /୦୨/୨୦୨୬ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ପିଏମ୍ ଶ୍ରୀ ସାଲେପୁର ହାଇସ୍କୁଲର ଏନ୍ସିସି ର ନବମ ଶ୍ରେଣୀ ଛାତ୍ର ସ୍ୱୟଂସିଦ୍ଧ ମହାନ୍ତି ଗତ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଦିଲ୍ଲୀରେ ଅନୁଷ୍ଠିତ ପ୍ୟାରେଡ଼ରେ ଓଡ଼ିଶାରୁ ଯୋଗ ଦେଇଥିଲେ । ସେଠାରେ ଅନୁଷ୍ଠିତ ପ୍ୟାରେଡ଼ରେ ଉଚ୍ଚକୋଟୀର ପ୍ୟାରେଡ଼ ପ୍ରଦର୍ଶନ କରି ସ୍ୱୟଂସିଦ୍ଧ ରାଜ୍ୟର ଗୌରବ ବଢାଇ ରଖିବା ସହିତ ପିଏମ୍ ଶ୍ରୀ ସାଲେପୁର ହାଇସ୍କୁଲ୍କୁ ଗୌରବାନ୍ୱିତ କରିଛନ୍ତି । ସ୍ୱୟଂସିଦ୍ଧ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ତେନ୍ତୋଳ ଗ୍ରାମର ହିମାଂଶୁ ଶେଖର ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁତ୍ର । ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ସ୍ୱୟଂସିଦ୍ଧଙ୍କୁ ସ୍ୱର୍ଣ୍ଣପଦକ ସହିତ ନଗଦ ୧୦ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିବେ ବୋଲି ପିଏମ୍ ଶ୍ରୀ ସଲେପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପରିଡ଼ା ପ୍ରକାଶ କରିଛନ୍ତି ।
ଦିଲ୍ଲୀର ଜନରାଜ୍ୟ ଦିବସ ପ୍ୟାରେଡ଼ରେ ସାଲେପୁର ପିଏମ୍ ଶ୍ରୀ ସ୍କୁଲ୍ ର ଛାତ୍ରଙ୍କ କୃତୀତ୍ୱ
