ସେଣ୍ଟ ଜାଭିୟର୍ସ ହାଇସ୍କୁଲର ନୂତନ ୩ ମହଲା କୋଠା ଦଘାଟନ

ଫୁଲନଖରା,୦୬/୧୦/୨୦୨୪ (ଓଡ଼ିଶା ସମାଚାର)- ବାରଙ୍ଗ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଝରିଲୋ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ନୂତନ ୩ ମହଲା ବିଶିଷ୍ଟ କୋଠାଘର ପାରମ୍ପରିକ ପୂଜାର୍ଚ୍ଚନା ପରେ ଉଦଘାଟନ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ସୟଦ ଇକବାଲ ଅଲ୍ଲୀଙ୍କ ପୈାରହିତରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜାଭିୟର୍ସ ଗୃପ ଅଫ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୁଷଣ ତ୍ରୀପାଠୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ଅଧ୍ୟାପକ ଵିନୋଦ ବିହାରୀ ଦାସ, ସାଲେପୁର ଜାଭିୟର୍ସ ହାଇସ୍କୁଲର ପ୍ରତିଷ୍ଠାତା ସତ୍ୟ ସୁନ୍ଦର ଦାସ ଯୋଗଦେଇ ବ୍ରାହ୍ମଣଝରିଲୋ ଜାଭିୟର୍ସ ହାଇସ୍କୁଲର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେବା ସହ ଅଳ୍ପ ଦିନରେ  ଶିର୍ଷ ସ୍ଥାନ ମଣ୍ଡନ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେକ୍ରେଟାରୀ ଜସ୍ମିନ ବେଗମ, ପୂର୍ବତନ ପ୍ରିନ୍ସିପାଲ ରମାକାନ୍ତ ସାହୁ, ପୂର୍ବତନ ଶିକ୍ଷୟିତ୍ରୀ ପ୍ରଭାତୀ ଲେଙ୍କା, ପରିଚାଳନା କମିଟି ସଦସ୍ୟ ଗୋଲାପ ମଞ୍ଜରୀ ମହାପାତ୍ର, ସଦସ୍ୟ ସେକ ତବିର ଉଦ୍ଦିନ, ପ୍ରତିଷ୍ଠାତା ସେକ କଲିମ ଉଦ୍ଦିନ ପ୍ରମୁଖ ଯୋଗଦେଇ ଥିଲେ । ପ୍ରିନ୍ସିପାଲ ସାରିୟର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *