ରାଜ୍ୟସ୍ତରୀୟ ଶ୍ରାବଣୀ ଉପକର୍ମା ବେଦପାଠ ଓ ସଂକୀର୍ତନ ମହୋତ୍ସବ

ଭୁବନେଶ୍ୱର,୧୮/୦୮/୨୦୨୫ (ଓଡ଼ିଶା ସମାଚାର)-ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ, ଓଡ଼ିଶା, ନିଖିଳ ଉତ୍କଳ ସଂକୀର୍ତନ ମହାସଂଘ ଓଡ଼ିଶା ତଥା ମା ଭୁଆଶୁଣୀ ଆଂଚଳିକ ଭାଗବତ ଟୁଙ୍ଗୀ, ସିଜୁଆ ମିଳିତ ଭାବେ ଭୁବନେଶ୍ୱର ଖଣ୍ଡଗିରି ମହାପୁରୁଷ ଅରକ୍ଷିତ ଦାସ ପାଦୁକା ଆଶ୍ରମଠାରେ ୦୯ ତାରିଖ ଗହ୍ମାପୂର୍ଣ୍ଣିମା ଶନିବାର ଠାରୁ ୧୬ ତାରିଖ ଶନିବାର ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ବେଦପାଠ ଓ ସଂକୀର୍ତନ ମହୋତ୍ସବ ପାଳିତ ହୋଇଯାଇଅଛି ।

ବିଶେଷ କାର୍ଯ୍ୟକ୍ରମ ୧୩ ତାରିଖ ବୁଧବାର ରକ୍ଷାପଂଚମୀ ଓ ରେଖାପଂଚମୀ ପାଳନ ସହିତ ହରଘର ତି୍ରରଙ୍ଗା, ରାମଧୂନ୍ ସହିତ ଖଣ୍ଡଗିରି, ଉଦୟଗିରି ପରିକ୍ରମା କାର୍ଯ୍ୟକ୍ରମ ସକାଳ ୯ ଘଟିକାରେ ପାଳନ କରାଯାଇଥିଲା । ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ ତପୋବନ, ବ୍ରହ୍ମଚାରିଣୀମାନଙ୍କ ଦ୍ୱାରା ବେଦପାଠ ଓ ଖୋର୍ଦ୍ଧା ଜିଲା ସଂକୀର୍ତନ ମହାସଂଘର ସଂକୀର୍ତନ କଳକାରମାନେ କଳାପରିଷେଣ କରିଥିଲେ । ୧୭ ତାରିଖ ଦେବସଭା ଖଣ୍ଡଗିରିଠାରେ ଗୀତାଯଜ୍ଞ ଓ ପାଦୁକାଶ୍ରମରେ ଦେବଯଜ୍ଞ କାର୍ଯ୍ୟକ୍ରମ କରାଯାଇା ଉଦ୍ୟାପନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମହାନ୍ ବ୍ୟକ୍ତିବିଶେଷ ଯୋଗଦାନ କରିବା ସହିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଖୋର୍ଦ୍ଧା ଜିଲା ସଂକୀର୍ତନ ମହାସଂଘର ସଭାପତି ଜଗନ୍ନାଥ ବେହେରା, ପଶ୍ଚିମ ଓଡ଼ିଶା ସଂକୀର୍ତନ ପରିଷଦର ସମ୍ପାଦକ ଲୋକନାଥ ମିଶ୍ର, ପ୍ରଭାରୀ ରାଧେକୃଷ୍ଣ ପଣ୍ଡା, ମହାସଂଘର ଉପଦେଷ୍ଟା ମହନ୍ତ ବନମାଳୀ ଦାସ, ମହାସଂଘର ଉପସଭାପତି ଦ୍ୱାରିକାନାଥ ସେନାପତି, କଟକ ଜିଲା ଆଠଗଡ଼ ଅଜୟ କୁମାର ଦାସ, ନିଆଳି ଶଗଡାଇଲ ଅରୀକ୍ଷିତ ସ୍ୱାଇଁ, ବାଲିକୁଦା ନାମଯଜ୍ଞ ସଂସ୍କାର ସମିତି ସମ୍ପାଦକ ବସନ୍ତ କୁମାର ନାୟକ, ପବିତ୍ର ମୋହନ ସାହୁ ଓ ସମସ୍ତ ସଂକୀର୍ତନ ପ୍ରେମୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇଛନ୍ତି ବୋଲି ଖଣ୍ଡଗିରି କୁମ୍ଭମେଳାର ଆବାହକ, ପରିଷଦର ଅଧ୍ୟକ୍ଷ, ମହାସଂଘର ସଭାପତି, ବିଶିଷ୍ଟ ସମାଜସେବୀ, ନଗରବନ୍ଧୁ, ଆଧ୍ୟାତ୍ମିକ ଯୋଗଗୁରୁ ବାବା ପଂଚଦେବ ଜଣାଇବା ସହିତ ବାବା ଚନ୍ଦନ ଦାସ, ବାବା ନବ ଦାସ, ଭାସ୍କରବାବା, ଆଲୋକବାବା, ବାବୁଲି ବାବା, ଅଭିବାବା, କୃଷ୍ଣ ମହାରାଜ, ମହନ୍ତ ବିଷ୍ଣୁଗିରି ପ୍ରଭୃତି ସାଧୁସନ୍ଥମାନେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *