କଟକ ସଦର , ୧୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଇତି ମଧ୍ୟରେ ରାଜ୍ୟ ସରକାର ୫ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ୯ ଜଣ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ (ଏଡିଇଓ) ଙ୍କର ଵଦଳି କରିଥିବା ଜଣାପଡିଛି।
ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ ଙ୍କୁ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି(ଓସେପା)ର ଯୁଗ୍ମ ନିର୍ଦେଶକ ଭାବେ ଵଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଥିବା ନିତ୍ୟାନନ୍ଦ ବାରିକ୍ ଙ୍କୁ ଅବସ୍ଥାପିତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତି ରୁ ଜଣାପଡିଛି।
