ଶାଳିଜଙ୍ଗା ଶିରିଡି ସାଇ ମନ୍ଦିରର ୯ମ ବାର୍ଷିକ ଉତ୍ସବ ଉଦଯାପିତ – ଶିଳ୍ପମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗା ଠାରେ ପ୍ରତିଷ୍ଠିତ ଶିରିଡି ସାଇ ମନ୍ଦିରର ୯ମ ବାର୍ଷିକ ଉତ୍ସବ ଗୁରୁବାର ବିଳମ୍ବିତ ରାତିରେ ଉଦଯାପିତ ହୋଇ ଯାଇଛି । ଉଦ୍ୟାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ ଶିରିଡି ସାଇ ବାବାଙ୍କର ସେବା, ପ୍ରେମ, ଶାନ୍ତି ଓ ଶ୍ରଦ୍ଧା ସବୁରୀ ଉପରେ ଆଲୋଚନା କରିବା ସହିତ ପ୍ରତ୍ୟେକ ମନୁଷ୍ୟ ସମସ୍ତଙ୍କୁ ଶ୍ରଦ୍ଧା କରିବା, ସମସ୍ତଙ୍କୁ ଭଲପାଇବା, ଲୋକମାନେ କିଭଳି ଶାନ୍ତିରେ ରହିବେ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ସାଇସେବା ଟ୍ରଷ୍ଟର ସମ୍ପାଦକ ଇଂ ବାବାଜୀ ଜେନା  ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ରାଜକିଶୋର ବେହେରା, ବିଶ୍ୱ ଓଡିଆ ମହାସଂଘର ସଭାପତି ଡ.ସୁରେନ୍ଦ୍ର ନାଥ ମହାପାତ୍ର, ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ,  ମନୋଜିନୀ ସାହୁ, ବିନି ସାମଲ, ମହେମୁଦ ବେଗ୍, ରଘୁନାଥପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରଜତ ପାତ୍ର, ସମାଜସେବୀ ହେମନ୍ତ ରଥ, କଂଗ୍ରେସର ପୂର୍ବତନ ଜିଲା ସଭାପତି ନଟବର ବାରିକ, ସରପଂଚ ବଟକୃଷ୍ଣ ନାୟକ, ଉପଦେଷ୍ଟା ଦିଲ୍ଲିପ ରଥ, ଗଙ୍ଗାଧର ମହାପାତ୍ର, ଟ୍ରଷ୍ଟର ସଭାନେତ୍ରୀ ନିରୁପମା ପାଲଟା ସିଂହ ପ୍ରମୁଖ ଯୋଗଦେଇ ସାଇ ବାବାଙ୍କ ମହିମା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଟ୍ରଷ୍ଟର ସମ୍ପାଦକ ଇଂ ବାବାଜୀ ଜେନା ସଭାପତିତ୍ୱ କରିଥିବା ବେଳେ କୋଷାଧ୍ୟକ୍ଷ ପାର୍ଥସଖା ପାଲଟା ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *