ନିଶ୍ଚିନ୍ତକୋଇଲି,୩୦/୦୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଠାରେ ଗିରି ଗୋବର୍ଦ୍ଧନ ଙ୍କର ନବନିର୍ମିତ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗତ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ବୈଦିକ ରୀତିନୀତି ଅନୁଯାଇ ପ୍ରତିଷ୍ଠା ଉତ୍ସବ ରେ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା ।

ପ୍ରତିଷ୍ଠା ଉତ୍ସବ ଅବସରରେ ପ୍ରତ୍ୟହ ସନ୍ଧ୍ୟା ରେ ଭଜନ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା । ଭଗବାନ ଗିରିଗୋବର୍ଦ୍ଧନ ଙ୍କ ଆଶ୍ରିତ ଅଭିରାମ ବେହେରା ଓ ଅଞ୍ଜନା ବେହେରା ଙ୍କ ତତ୍ୱାବଧାନ ରେ ତଥା ଗ୍ରାମବାସୀ ଙ୍କ ସହଯୋଗ ରେ ପ୍ରତିଷ୍ଠା ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା । ଯଜ୍ଞ ର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।
