ଚାନ୍ଦ କ୍ଲବକୁ ୧-୦ରେ ହରାଇ ଲେବର ସ୍ପୋର୍ଟିଂ ଚମ୍ପିୟନ
କେନ୍ଦ୍ରାପଡା, ୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ସ୍ତରୀୟ ଷଷ୍ଠ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋର୍ଟିଂ କ୍ଲବ ଚାନ୍ଦ କ୍ଲବକୁ ୧-୦ଗୋଲରେ ହରାଇ ଚମ୍ପିୟନ ହୋଇଛି । ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟ୍ଟାରିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ଅରୁଣ କୁମାର ନାୟକ ଓ ସମାଜସେବୀ ରଞ୍ଜିତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏଥିସହିତ ଅତିଥିମାନେ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ସେମାନଙ୍କୁ ଶୁଭେଛା ଜଣାଇଥିଲେ । ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ୧-୦ ଗୋଲରେ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ହରାଇ ଚମ୍ପିୟନ ହୋଇଛି । ମ୍ୟାନ ଅଫଦି ମ୍ୟାଚ ଭାବେ ରାକେଶ, ମ୍ୟାନ ଅଫଦି ଟୁର୍ଣ୍ଣାମେଂଟଭାବେ ଡୁଙ୍ଗା, ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବରେ ଓଡିଶା ପୋଲିସ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଜୀବନବ୍ୟାପି ସାଧନା ପାଇଁ ପୂର୍ବତନ ଆଜାଦ କ୍ଲବର ଖେଳାଳୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ଟ୍ରଫି, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଚମ୍ପିୟନ ଦଳ ଲେବର ସ୍ପୋର୍ଟିଂକୁ ଟ୍ରଫି ସହ ୫୧ହଜାର ଟଙ୍କା ଓ ରନର୍ସଅପ ଦଳ ଚାନ୍ଦ କ୍ଲବକୁ ଟ୍ରଫି ସହ ୩୧ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ କୁ ରେଫରୀ ଭାବେ ମାନସ କୁମାର ବିଶ୍ୱାଳ, ସୁକାନ୍ତ ସିଂ, ମହମ୍ମଦ ସାକଲିନ ଅସରଫି, ସେକ ମୁକିମ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଧିନ୍, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍, ସମିଉଲ୍ଲା ଖାନ୍, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍, କଲିମ ଖାନ୍, ମୀର ଅବୁସମା, ଆୟାଜ ମହମ୍ମଦ୍, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, କାଉନସିଲର ଉମେଶ ନାୟକ, ପ୍ରଦୀପ୍ତ କୁମାର ଜେନା, ପ୍ରଦୀପ ନାୟକ, ମାସୁମ ଖାନ୍, ମୀର ସଲାମତ୍, ସଲିମ ଖାନ୍, ଜାହିଦ ଖାନ୍, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍, ସମସେର ଅଲ୍ଲୀ ଖାନ୍, ମହମ୍ମଦ ଇମ୍ରାନ୍, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍, ମହମ୍ମଦ ଅଜିଜ୍, ମିରାଜନ୍, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
