ଡମଶାଳ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ଭୁବନ ୩୦/୦୧/୨୦୨୬ (ଓଡ଼ିଶା ସମାଚାର)-  ଭୁବନ ବ୍ଳକ ଓଡିଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣ ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ , ଡମଶାଳ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସେଠୀ ଙ୍କ ତତ୍ତ୍ଵାବଧାନ ଓ ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅକ୍ଷୟ କୁମାର ବଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିବା ସହିତ ମାର୍ଗ ଦର୍ଶନ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ଛାତ୍ର ଛାତ୍ରୀମାନ‌ଙ୍କୁ ସକାରାତ୍ମକ ସ୍ବପ୍ନ ଦେଖି ମଣିଷ ପରି ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ସାହୁ କହିଥିଲେ ଆଜି ର ଶିଶୁ ଆଗାମୀ କାଲି ର ନାଗରିକ। ଏଣୁ ଶିଶୁ ମାନଙ୍କୁ ନୈତିକ ମୂଲ୍ୟଯୁକ୍ତ ଶିକ୍ଷା ପ୍ରଦାନ କରି ସମାଜ ପାଇଁ ସୁନାଗରିକ ଗଠନ କଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସରପଞ୍ଚ ମୋହନ‌ କୁମାର ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରିପୁନ କୁମାର ଷଣ୍ଢ, ସିଆରସିସି କାର୍ତ୍ତିକେଶ୍ବର ସାହୁ ଯୋଗ ଦେଇଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୂର୍ବତନ ଶିକ୍ଷକ ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ସହିତ ମଞ୍ଚ ସଂଯୋଜନା କରିଥିଲେ। ବିଜ୍ଞାନ ଶିକ୍ଷକ ଛବି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ କ୍ରମରେ ବରିଷ୍ଠ ଶିକ୍ଷକ ସତ୍ୟରଞ୍ଜନ ଦାସ, ଶିକ୍ଷକ ଭଗବାନ ଦେହୁରୀ, ପ୍ରସନ୍ନ କୁମାର ମଲ୍ଲିକ, ବିକାଶ କୁମାର ସାହୁ,ସୈ।ମ୍ଯରଞ୍ଜନ ପାତ୍ର,ଅନିଲ କୁମାର ସେଠୀ, ସତ୍ୟବ୍ରତ ଭୂୟାଁ, ଶିକ୍ଷୟିତ୍ରୀ ଚିନ୍ମୟୀ ମିଶ୍ର, ଲୀଳାବତୀ ବେହେରା, ଅହଲ୍ୟା ସେଠୀ, ସୁନିତା ମହାପାତ୍ର , ପ୍ରାକ୍ତନ ଶିକ୍ଷକ ଅଜିତ୍ କୁମାର ନାୟକ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ “ଇନ୍ଦ୍ରଧନୁ” ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *