ଉତ୍କଳ ହସ୍ପିଟାଲରେ ମହାସମାରୋହରେ ପାଳିତ ହେଲା ଜାତୀୟ ଡାକ୍ତର ଦିବସ

ଭୁବନେଶ୍ୱର,୦୧/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ମଲ୍ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଉତ୍କଳ ହସ୍ପିଟାଲରେ ଆଜି ଜାତୀୟ ଡାକ୍ତର ଦିବସ ମହାସମାରୋହରେ ପାଳନ କରାଯାଇଛି।

ଏହି ଅବସରରେ ହସ୍ପିଟାଲର ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡିରେକ୍ଟର ଡ଼. ପ୍ରଜ୍ଞାନ ରଞ୍ଜନ ଘଡେଇ, ସିଇଓ ଶ୍ରୀ ବି. କେ. ସୁବୋଧ ସିଂହ, ସିଓଓ ଶ୍ରୀ ସୁରେଶ ନାରାୟଣ, ଡିରେକ୍ଟର (ମେଡିକାଲ ସର୍ଭିସେସ) ଡ଼. ରଞ୍ଜନ କୁମାର ମହାପାତ୍ର, ଡିନ୍ (ଏକାଡେମିକ୍ସ) ପ୍ରଫେସର (ଡ଼.) ପ୍ରଫୁଲ୍ଲ କୁମାର ଦାସ, ସିଏଫଓ ଶ୍ରୀ ଅରୁଣ କୁମାର ଖିଲାର, ହସ୍ପିଟାଲର ଅନ୍ୟାନ୍ୟ ଡିରେକ୍ଟର, ବରିଷ୍ଠ ଅଧିକାରୀ ଓ ସମସ୍ତ ଡାକ୍ତରମାନେ ଉପସ୍ଥିତ ରହି କେକ୍ କାଟି ଡାକ୍ତର ଦିବସ ପାଳନ କରିଥିଲେ।

କାର୍ଯ୍ୟକ୍ରମରେ ବକ୍ତାମାନେ ସମାଜ ପ୍ରତି ଡାକ୍ତରମାନଙ୍କର ଅତୁଳନୀୟ ଅବଦାନ, ନିଷ୍ଠାପୂର୍ଣ୍ଣ ସେବା ଓ ମାନବିକତାକୁ ଉଚ୍ଚ ପ୍ରଶଂସା କରିବା ସହିତ ରୋଗୀସେବା କ୍ଷେତ୍ରରେ ସେମାନଙ୍କ ନିରନ୍ତର ଉତ୍ସର୍ଗ ପାଇଁ ସମସ୍ତ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ସୁଦୂର ଆମେରିକାରେ ରହୁଥିବା ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ୍ ଡ଼. ଆଦିତ୍ୟ ସାମଲ , ଫlଉଁଣ୍ଡିଂ ଡିରେକ୍ଟର ଡ କଲ୍ୟାଣ ରଥ ଏବଂ ଫାଉଁଣ୍ଡି ଡାଇରେକ୍ଟର ଡ଼. ଅରୁଣ ମହାନ୍ତି ଭର୍ଚୁଆଲ ବାର୍ତ୍ତା ମାଧ୍ୟମରେ ସମସ୍ତ ଡାକ୍ତରଙ୍କୁ ଜାତୀୟ ଡାକ୍ତର ଦିବସର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେମାନେ ଡାକ୍ତରମାନଙ୍କର ନିଷ୍ଠା, ତ୍ୟାଗ ଓ ମାନବସେବା ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରି ଭବିଷ୍ୟତରେ ମଧ୍ୟ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଶେଷରେ ହସ୍ପିଟାଲ ପକ୍ଷରୁ ସମସ୍ତ ଡାକ୍ତରଙ୍କୁ ଡାକ୍ତର ଦିବସର ଶୁଭେଚ୍ଛା ଜଣାଇବା ସହ ସମାଜର ସୁସ୍ଥ ଭବିଷ୍ୟତ ଗଠନରେ ସେମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *