ଜଗତସିଂହପୁର,୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲ୍ଳା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଉଦଯାପିତଦିନ ହୋଇଯାଇଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ, ଜଗତସିଂହପୁର ଯୋଗଦେଇ ପିଲା ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ଯାଇ ଜିଲ୍ଲା ତଥା ଦେଶ ମାଟିକୁ ଗର୍ବିତ କରିବା ପାଇଁ ଆହ୍ଵାନ ଦେଇଥିଲେ । ବର୍ତ୍ତମାନର ସରକାର ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ଓ ଶିକ୍ଷା , ଶିକ୍ଷକ ଓ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ସଦା ସର୍ବଦା ସଜାଗ ଅଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଯୋଗଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।
ପରେ ଅତିଥି ମାନେ ବିଭିନ୍ନ ପାଭିଲିଆନ ମାନ ପ୍ରଦର୍ଶନ କରିଥିଲେ । ଆକାଂକ୍ଷୀ ମେଳା – ଇନ୍ଶ୍ପିରିଙ୍ଗ ଓଡିଶା, ଆକାଂକ୍ଷୀ ଛାତ୍ର ପରିଷଦ – ଦି ଟ୍ୟାଲେଣ୍ଟ ଗ୍ୟାଲେରୀ, ଦୋକାନ ଯାତ୍ରା ଆଦି ଶତାଧିକ ପ୍ରଦର୍ଶନୀ ମଧ୍ୟରୁ ୧୭ ଟି ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ଦୁଇଦିନ ଧରି ଉକ୍ତ କାର୍ୟ୍ୟକ୍ରମରେ ୧୦ ଟି ପିଏମ ଶ୍ରୀ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ବିଦ୍ୟାଳୟର ସହସ୍ରାଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ପାଭିଲିଆନ ମାନ ପ୍ରଦର୍ଶନ କରିଥିଲେ । କାର୍ୟ୍ୟକ୍ରମକୁ ଶ୍ରୀ ପଦ ରାଜ ଉମାକାନ୍ତ ନାୟକ (ପଞ୍ଚ ଶିକ୍ଷା ସେତୁ ସଂଗଠନର ଦାୟିତ୍ଵ), ଚନ୍ଦ୍ରଜିତ ପରିଜା, ପିଓ, ସମଗ୍ର ଶିକ୍ଷା, ଜଗତସିଂହପୁର, ପ୍ରଧାନ ଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କରିଥିବା ବେଳେ ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ କର୍ମଚାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆଦି ସହୋଯାଗ କରିଥିଲେ।
ଆଦର୍ଶ ସଂସଦ କାର୍ୟ୍ୟକ୍ରମ ପିଏମ ଶ୍ରୀ ଉତ୍ସବ କାର୍ୟ୍ୟକ୍ରମରେ ତା ୩୦.୦୧.୨୦୨୬ ରିଖ (ଦ୍ଵିତୀୟ ଦିବସରେ) ଜିଲ୍ଲା ଦ୍ୱିତୀୟ ପର୍ୟ୍ୟାୟର ୮ ଗୋଟି ପିଏମ ଶ୍ରୀ ବିଦ୍ୟାଳୟର ୫୬ ଜଣ ପିଲାମାନଙ୍କ ମଧ୍ୟରେ ଆଦର୍ଶ ସଂସଦ କାର୍ୟ୍ୟକ୍ରମ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଆକାଂକ୍ଷୀ ବିଦ୍ୟାଳୟର ରୂପାୟନ ନେଇ ବିରୋଧୀ ଦଳ ସଦସ୍ୟ ମାନେ କଡା ଅକ୍ରମଣ କରିଥିବା ବେଳେ ଶାସକ ଦଳର ମନ୍ତ୍ରୀ ଓ ସଦସ୍ୟ ମାନେ ଯଥୋଚିତ ଉତ୍ତର ରଖିଥିଲେ ।
ଅଧ୍ୟାପକ ଶ୍ରୀ ହୃଦାନନ୍ଦ ସ୍ଵାଇଁ, ଅଧ୍ୟାପକ ଶ୍ରୀ ଲକ୍ଷ୍ମୀଧର ପ୍ରଧାନ, ଅଧ୍ୟାପକ ଶ୍ରୀ ମନୋଜ କୁମାର ମିଶ୍ର ବିଚାରକ ଭାବରେ ଯୋଗ ଦେଇ ୨ ଜଣ ଛାତ୍ରୀଙ୍କୁ ରାଜ୍ୟ ସ୍ତରର କାର୍ୟ୍ୟକ୍ରମ ପାଇଁ ମନୋନୀତ କରିଥିଲେ ।
ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ମାନେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ସମଗ୍ର ଶିକ୍ଷାର ପିଓ ଶ୍ରୀ ଚନ୍ଦ୍ରଜିତ ପାରିଜା କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।
ଜିଲ୍ଳା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ
