ଗରଦପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ନୂତନ ଜିଲାପାଳ ସୂର୍ଯ୍ୟବଂଶି ମୟୁର ବିକାଶ ଆଜି ପାଟକୁରା ଉନ୍ନିତ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରିଥିଲେ । ମେଡ଼ିକାଲ ରେ ମୋ ହସପିଟାଲ ଯୋଜନାରେ ୪ କୋଟି ଟଙ୍କା ଅର୍ଥ ବ୍ୟୟରେ ନିର୍ମାଣାଧିନ ଥିବା ବିଲଡ଼ିଂ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏଥି ସହିତ ନିରାମୟ ଯୋଜନା ସହିତ ଜନସାଧାରଣଙ୍କ ପାଇଁ ଚାଲୁଥିବା ଜନହିତକର ଯୋଜନା ଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନୀରଂଜନ କରଙ୍କ ସହିତ ଆଲୋଚନା କରିଥିଲେ ।ଏହି ସମୟରେ ଡ଼ାକ୍ତର ହିମାଂଶୁ ଭୁଷଣ ସଢଙ୍ଗି, ଗରଦପୁର ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ , ତହସିଲଦାର ତୃପ୍ତି ମହାନ୍ତି , ମେଡ଼ିକାଲ ଏଡ଼ିଏମ ନୂତେନ ଶତପଥି, ମେଡ଼ିକାଲ ଏଡ଼ିଏମ ଶଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲାପାଳ ବିଭିନ୍ନ ୱାର୍ଡ଼ ମଧ୍ୟ ବୁଲି ଦେଖିଥିଲେ ।
