ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଙ୍କ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର,୨୯/୦୧/୨୦୨୬ (ଓଡ଼ିଶା ସମାଚାର)-  ଗତକାଲି ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଓଡ଼ିଶା ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ଵର୍ଗତ ଅଭିଜିତ ମଜୁମଦାର ଙ୍କ ନିଧନ ରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। କମିଟି ର ସଭାପତି ଅରବିନ୍ଦ ବାରିକ ଙ୍କ ସଭାପତିତ୍ବରେ ଆହୁତ ସ୍ମୃତି ସଭାରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତଥା ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ସ୍ଵର୍ଗତ ଅଭିଜିତ ମଜୁମଦାର ଙ୍କ ସ୍ମୃତି ଚାରଣ କରିବାସହ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ଏହି ସ୍ମୃତି ସଭାରେ ନାଟ୍ୟ ଶ୍ରୀ ଗଦାଧର ବାରିକ,ସଂପାଦକ ନିଶାନ୍ତ କୁମାର ମହାନ୍ତି, ବଳଦେବ ପ୍ରସାଦ ବେଦବାକ, ସ୍ଵାଧିନ କୁମାର ମେହେର, ଦିଲ୍ଲୀପ ପାତ୍ର, ଶରତ ମହାପାତ୍ର, ବେଣୀମାଧବ ବେଦବାକ,  ଅମିୟ ରଞ୍ଜନ ଦାଶ,ଦେବାଶିଷ ପଟ୍ଟନାୟକ,ଶ୍ରୀଧର ବାଗ, ଶୈଳେନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ, ସତ୍ୟବ୍ରତ ତାଣ୍ଡି, ଜଗନ୍ନାଥ ଧାରୁଆ, ତ୍ରିଲୋଚନ ଷାଣ୍ଢ,ନାରାୟଣ ଜେନା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଅଭିଜିତ ମଜୁମଦାର ଙ୍କ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *