କଟକ ସଦର, ୩୧/୦୫/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ସେଦିନ ଥିଲା ଶୁକ୍ରବାର ରାତି। ରାତି ପାହିଲେ ଶନିବାର ୨୫ ତାରିଖ ସାଧାରଣ ନିର୍ବାଚନ। ସବୁଆଡେ ନିର୍ବାଚନ ମାହୋଲ ସରଗରମ। ଏତିକି ବେଳେ ଶନିବାର ସକାଳେ ଜଣାପଡ଼ିଲା ଯେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଦେଓପୁର ଗ୍ରାମର ଜନୈକ ଯୁବକ ସରୋଜ କୁମାର ଭୋଇ ଙ୍କ ଗଳାକଟା ଶଵ ଘର ଠାରୁ ଏକ କିମି ଦୂର ଗହିର ଭିତରେ ଥିବା ଟିକିଯୋରୀ ନିକଟରେ ପଡ଼ିରହିଛି। ଖଵର ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା ବେଳେ ପଦସ୍ଥ ପୁଲିସ ଅଧିକାରୀ ଙ୍କ ସମେତ ସାଇଣ୍ଟିଫ ଟିମ୍ ଓ ସଂଧାନୀ କୁକୁର ପହଞ୍ଚି ହତ୍ୟାକାଣ୍ଡ ର ଛାନଭିନ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ହତ୍ୟାକାଣ୍ଡ ଶୁକ୍ରବାର ରାତିରେ ହିଁ ଘଟିଛି। ହେଲେ ଶୁକ୍ରବାର କୁ ଶୁକ୍ରବାର ଆଠଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ ହତ୍ୟାକାରୀ ପାଖରେ ପହଞ୍ଚିବା ତ ଦୂରର କଥା ସୁରାକ ମଧ୍ୟ ପାଇପାରୁ ନଥିବା ଅଭିଯୋଗ ହେଉଛି। ଯାହା ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାକୁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତକୁ ଯୋରଦାର କରିଥିବା ବେଳେ ପଦସ୍ଥ ଅଧିକାରୀ ମାନେ ଘନ ଘନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଥିବା ଜଣାପଡିଛି। ତେବେ ଯଥାଶୀଘ୍ର ହତ୍ୟାକାରୀ ଧରାଯିଵେ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ବେଳେ ପ୍ରକୃତ ପକ୍ଷେ ଉକ୍ତ ହାଇ ପ୍ରୋଫାଇଲ୍ ମର୍ଡର ଉପରୁ କେବେ ପରଦା ହଟୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।
ଗଳାକଟା ହତ୍ୟାକାଣ୍ଡକୁ ଆଠଦିନ ପୁରିଲା, ହତ୍ୟାକାରୀ ପାଖରେ ପହଞ୍ଚିବ କ’ଣ ସୁରାକ ବି ପାଇପାରୁ ନାହିଁ ପୋଲିସ
